ପାଟକୁରା ପାଇଁ ପାଗଭିଡ଼ା

ଭୁବନେଶ୍ୱର, ୧୧।୬(ବ୍ୟୁରୋ): ରାଜ୍ୟର ୧୪୬ ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଛି। ପାଟକୁରା ଆସନରେ ଏ ପର୍ଯ୍ୟନ୍ତ ଭୋଟ ହୋଇନାହିଁ। ପାଟକୁରା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ହେବାରୁ ଏହି ଆସନରେ ନିର୍ବାଚନ ପ୍ରଥମେ ମେ ୧୯ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ମାତ୍ର ବାତ୍ୟା ଫନୀ ଯୋଗୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡିକ ପ୍ରଭାବିତ ହେବା କାରଣରୁ ନିର୍ବାଚନ କମିଶନ ପାଟକୁରା ନିର୍ବାଚନକୁ ପୁଣିଥରେ ୨ ମାସ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି। ହେଲେ ନିର୍ବାଚନ କେବେ ହେବ ସେନେଇ ଏ ପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ଆସନ୍ତା ୧ ମାସ ମଧ୍ୟରେ ଏହି ଆସନରେ ନିର୍ବାଚନ ହେବ ବୋଲି ଶୁଣିବାକୁ ମିଳୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସବୁ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାଜପା ପକ୍ଷରୁ ରବିବାର ଦଳୀୟ କାର୍ଯ୍ୟାଳୟଠାରେ ବସିଥିବା ବୈଠକରେ ପାଟକୁରା ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଶେଷ ହୋଇଛି। ଦଳ ପକ୍ଷରୁ କେଉଁମାନେ ପାଟକୁରା ନିର୍ବାଚନ ଦାୟିତ୍ୱରେ ରହିବେ, କେଉଁସବୁ ନେତା ପ୍ରଚାର ମଙ୍ଗ ଧରିବେ ସେନେଇ ବିସ୍ତୃତ ଆଲୋଚନା ସରିଥିବା ଜଣାପଡିଛି। ବିଜେଡି ପକ୍ଷରୁ ମଧ୍ୟ ସମାନଭାବେ ନେତାମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କାର୍ଯ୍ୟ ଶେଷ ହୋଇଯାଇଛି। ନେତାମାନେ ମଧ୍ୟ ପାଟକୁରା ଗସ୍ତ କରିବା ଆରମ୍ଭ କରିଦେଇଛନ୍ତି। ପାଟକୁରା ବିଧାନସଭା କ୍ଷେତ୍ରରେ ମୋଟ ୫୧ଟି ପଞ୍ଚାୟତ ରହିଛି। ଏହି ପଞ୍ଚାୟତଗୁଡିକର ଦାୟିତ୍ୱ ବିଜେଡି ପକ୍ଷରୁ କେତେଜଣ ବରିଷ୍ଠ ନେତାଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। ମିଳିଥିବା ସୂଚନା ମୁତାବକ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ୧୩ଟି ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି। ସେହିପରି ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମାଙ୍କୁ ୧୪ଟି ପଞ୍ଚାୟତର ଦାୟିତ୍ୱ ବାଣ୍ଟି ଦିଆଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ହାତରେ ମଧ୍ୟ ଦୁଇଟି ପଞ୍ଚାୟତର ଦାୟିତ୍ୱ ଥିବା ଜଣାପଡିଛି। ଅନ୍ୟପଟେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକଙ୍କ ଭଳି ନେତାଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି। ସେହିପରି ଆଗାମୀ ଦିନରେ ଆହୁରି ନେତାଙ୍କୁ ଦାୟିତ୍ୱ ଦିଆଯାଇ ପାଟକୁରା ପଠାଯିବ ବୋଲି ଦଳୀୟ କେତେକ ନେତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ଭାଜପା ମଧ୍ୟ ସମାନ ଧରଣର ରଣନୀତି ପ୍ରସ୍ତୁତ କରିଛି। ଦାୟିତ୍ୱ କିଭଳି ନେତାମାନଙ୍କ ମଧ୍ୟରେ ବଣ୍ଟାଯିବ ସେନେଇ ଆଲୋଚନା ସରିଥିବା ବେଳେ କେବଳ ଘୋଷଣା ହେବା ବାକି ରହିଛି। ମଙ୍ଗଳବାର କେନ୍ଦ୍ରାପଡା ଠାରେ ନିର୍ବାଚନୀ ସମ୍ପର୍କିତ ଏକ ଆଲୋଚନା ଭାଜପା ପକ୍ଷରୁ ହେବ। ଏହି ବୈଠକରେ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ, ମନମୋହନ ସାମଲ, ଭୃଗୁ ବକ୍ସି ପାତ୍ର ପ୍ରମୁଖ ସାମିଲ ହେବେ। ପାଟକୁରା ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ଜୋର୍‌ଦାର ଉଦ୍ୟମ ଚାଲିଥିବା ବେଳେ କଂଗ୍ରେସ ପଛରେ ପଡିଯାଇଛି। କଂଗ୍ରେସରେ ନେତୃତ୍ୱ ନେଇ ବିବାଦ ଲାଗି ରହିଛି। ବରିଷ୍ଠ ନେତା କାହ୍ନୁ ଲେଙ୍କା ନିକଟରେ ଦଳ ଗତ ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବାରମ୍ବାର ସମାଲୋଚନା କରିଥିଲେ। ସେହି ଦୃଷ୍ଟିରୁ ଦଳର ନେତୃତ୍ୱ ବର୍ତ୍ତମାନ ଅପମାନର ପ୍ରତିଶୋଧ ନେବା ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି। ଦଳ ବିବାଦ ଛାଡି ଆଗକୁ ଯିବା ବଦଳରେ ଆହୁରି ଗୋଷ୍ଠୀ କନ୍ଦଳ ବଢାଇବା ପାଇଁ ଏବେ ଯୋଜନା କରିଛନ୍ତି। କାହ୍ନୁଙ୍କୁ ପାଟକୁରା ନିର୍ବାଚନର ଦାୟିତ୍ୱ ଦେଇ ନିଜ ପ୍ରତିଶୋଧ ପୂରଣ ପାଇଁ ଗୋଟିଏ ଗୋଷ୍ଠୀ ଯୋଜନା କରିଥିବା ଦଳୀୟ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri