ପାଟକୁରା ନିର୍ବାଚନ Live Updates: ୧୪ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୩୩୪ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ, ୨୪।୭: ପାଟକୁରା ବିଧାନସଭା ଆସନ ଲାଗି ଭୋଟ ଗଣତି ଚାଲୁରହିଛି। ୧୪ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୩୩୪ ଖଣ୍ଡ ଭୋଟରେ ଆଗୁଆ ରହିଛି। ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ୭୯,୭୨୨ ଭୋଟ ମିଳିଛି। ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୬୨,୩୮୮ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ କୁମାର ମହାନ୍ତି ୧୮୫୯ ଖଣ୍ଡ ଭୋଟ ପାଇଥିବା ଜଣାପଡ଼ିଛି।