ପାଟକୁରା ନିର୍ବାଚନ: ୧୨ ରାଉଣ୍ଡ ସୁଦ୍ଧା ବିଜେଡି ୧୬,୧୪୪ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ, ୨୪।୭: ପାଟକୁରା ବିଧାନସଭା ଆସନ ପାଇଁ ବୁଧବାର ଭୋଟ ଗଣତି ଚାଲିଛି। ୧୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୧୬,୧୪୪ ଭୋଟରେ ଆଗୁଆ ରହିଛନ୍ତି। ସାବିତ୍ରୀ ଅଗ୍ରଓ୍ବାଲ ୬୯,୬୯୬ ଭୋଟ ପାଇଥିବା ବେଳେ ତାଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦୀ ଭାଜପାର ବିଜୟ ମହାପାତ୍ର ୫୩,୫୫୨ ଭୋଟ ପାଇ ତାଙ୍କଠାରୁ ପଛରେ ରହିଯାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ କୁମାର ମହାନ୍ତି ୧୬୯୩ ଭୋଟ ପାଇଥିବା ଜଣାପଡ଼ିଛି।