Categories: ରାଜ୍ୟ

ପାଟକୁରାରେ ଭାଜପାର ହାଇଭୋଲଟେଜ ପ୍ରଚାର: କର୍ମୀଙ୍କୁ ବିଜୟ ମନ୍ତ୍ର ଦେଲେ ସମ୍ବିତ

ଡେରାବିଶ, ୧୬।୭ (ସ୍ବ.ପ୍ର.): ପାଟକୁରା ନିର୍ବାଚନମଣ୍ଡଳୀ ଅଧୀନ ଡେରାବିଶ ବ୍ଲକର ବିଭିନ୍ନ ପଞ୍ଚାୟତରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ସୋମବାର ପ୍ରଚାର କରିଛନ୍ତି ଦଳର ମୁଖପାତ୍ର ସମ୍ବିତ ପାତ୍ର। ଅନ୍ୟ ତୁଙ୍ଗ ନେତାଙ୍କ ସହ ମିଶି ସେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ। ଏଥିସହ ବିଜୟଙ୍କୁ ବିଜୟୀ କରାଇବା ପାଇଁ ଦଳୀୟ କର୍ମୀଙ୍କୁ ସମ୍ବିତ ଆହ୍ବାନ ଦେଇଥିଲେ। ଏହି ଅବସରରେ ଆୟୋଜିତ ରୋଡ ଶୋ କେନ୍ଦ୍ରାପଡ଼ା କଲେଜ ଛକରୁ ଆରମ୍ଭ ହୋଇ ଶ୍ରୀଲଚ୍ଛମନ ଜୀଉ ମନ୍ଦିର ନିକଟରେ ପହଞ୍ଚତ୍ଥିଲା। ସେଠାରୁ ଶ୍ରୀଜୀଉଙ୍କ ଦର୍ଶନ ସାରି ନେତାମନେ ଅଁଳାବାଙ୍କ ଦେଇ ବିହାରୀଛକସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚତ୍ ସେଠାରେ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା। ଏଥିରେ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ବିଜୟଙ୍କୁ ଜିତାଇବାକୁ ଦଳୀୟ ନେତାମାନେ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂଦେଓ, ପୂର୍ବତନ ମନ୍ତ୍ରୀ ସମୀର ଦେ, ବିଧାୟକ ନାଉରୀ ନାୟକ, ରାଜେନ୍ଦ୍ର ସାମଲ, ପ୍ରଦୀପ ପଟ୍ଟନାୟକ, ବିଷ୍ଣୁ ଦାସ, ମାନସ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।