ପାଚିକା ସୁକାନ୍ତି ମୃତ୍ୟୁ ଘଟଣା : ଜେଲ ଗଲେ ୩ ଅଭିଯୁକ୍ତ, ୪ ଫେରାର

ନୂଆଗାଁ,୧୨ା୧୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମର ବାସିନ୍ଦା ତଥା ଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକା ଥିବା ସୁକାନ୍ତି ପରିଡାଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସେମାନେ ହେଲେ ଶିଖରଗୋଛା ଗ୍ରାମର ବ୍ରଜବନ୍ଧୁ ବେହେରା, ମୁରଲୀ ବେହେରା ଓ ସୁମତି ଡାଙ୍ଗୁଆ। ପ୍ରକାଶ ଯେ, ସୁକାନ୍ତି ପରିଡା ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା। କିଛିବର୍ଷ ହେଲା ସେ ନିଜ ବାପଘରେ ରହି ସ୍କୁଲରେ ପାଚିକା ଭାବେ କାର୍ଯ୍ୟ କରିଆସୁଥିଲେ। ସେ ସେହି ଗ୍ରାମର ବ୍ରଜବନ୍ଧୁ ବେହେରାଙ୍କ ସହ ସମ୍ପର୍କ ରଖି ଧାରକରଜ କରି ଅନେକ ଟଙ୍କା ବ୍ରଜଙ୍କୁ ଦେଇଥିଲେ। ସୁକାନ୍ତି ଦେଇଥିବା ଟଙ୍କା ମାଗିବା ପାଇଁ ଗତ ୨୯ ତାରିଖ ରାତିରେ ବ୍ରଜଙ୍କ ଘରକୁ ଯାଇଥିଲେ। ଏହାର କିଛି ଘଣ୍ଟା ପରେ ସୁକାନ୍ତି ନିଜଘରେ ମୃତ ଅବସ୍ଥାରେ ରଶିରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଘଟଣାକୁ ଚପାଇଦେବା ପାଇଁ ଗ୍ରାମର କିଛି ଲୋକ ମିଶି ମୃତଦେହକୁ ରାତିରେ ନେଇ ପୋଡି ଦେଇଥିଲେ। ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ନୟାଗଡ଼ ଜିଲା ପାଚିକା ସଂଘ ତରଫରୁ ନୂଆଗାଁ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା (ନଂ.୧୦୩/୧୯) ରୁଜୁ ହୋଇଥିଲା। ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢୀ ଏହାର ତଦନ୍ତ ଭାର ନେଇଥିଲେ। ସୁକାନ୍ତି ମୃତ୍ୟୁରେ ସମ୍ପୃକ୍ତ ଥିବା ଅଭିଯୋଗରେ ମୁରଲୀଧର ବେହେରା, ସୁମତି ଡାଙ୍ଗୁଆ, ବ୍ରଜବନ୍ଧୁ ବେହେରା ଓ ଅନ୍ୟ ୪ଜଣଙ୍କ ନାମରେ କେସ ରୁଜୁ ହୋଇଥିଲା। ରବିବାର ୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୪ଜଣ ଫେରାର ଥିବା କହିଛନ୍ତି ନୂଆଗାଁ ଥାନା ଆଇଆଇସି ମନୋରମା ମଲ୍ଲିକ। ଘଟଣାକୁ ଚପାଇଦେବା ପାଇଁ ମୃତ ସୁକାନ୍ତିଙ୍କ ଭାଇ ବିରଞ୍ଚତ୍ ପରିଡାଙ୍କୁ ବ୍ରଜବନ୍ଧୁ ୧ ଲକ୍ଷ ୬୦ ହଜାର ଟଙ୍କା ଦେଇଥିବା ବେଳେ ପୋଲିସ ତାହାକୁ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri