Categories: ଜାତୀୟ

ପାଗ ପରିବର୍ତ୍ତନ ନ ହେଲେ ବଢିପାରେ ଅଡ୍‌-ଇଭିନର ଅବଧି

ନୂଆଦିଲ୍ଲୀ,୧୫।୧୧: ରାଜଧାନୀ ଦିଲ୍ଲୀରେ ଚାଲିଥିବା ଅଡ୍‌-ଇଭିନ ନମ୍ବରର ଅବଧି ଶୁକ୍ରବାର ସମାପ୍ତ ହୋଇଛି। ହେଲେ ଏପର୍ଯ୍ୟନ୍ତ ଦିଲ୍ଲୀର ବାୟୁ ପ୍ରଦୂଷଣ କମ୍‌ ହୋଇ ନାହିଁ। ତେବେ ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୨-୩ ଦିନ ମଧ୍ୟରେ ରାଜଧାନୀର ପାଣିପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଯାହା ଫଳରେ ଦିଲ୍ଲୀର ପ୍ରଦୂଷଣ ମାତ୍ରା କମ୍‌ ହେବ ବୋଲି ଅନୁମାନ କରାଯାଇଛି। ଯଦି ଏହା ନ ହେଲା ତେବେ ନଭେମ୍ବର ୧୮ରୁ ପୁଣି ଅଡ୍‌-ଇଭିନ ନମ୍ବର ଲାଗୁ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଦିଲ୍ଲୀରେ ଅଡ୍‌-ଇଭିନ ନମ୍ବରର ଗାଡି ଚଲାଇବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ଫଳରେ ବାୟୁ ପ୍ରଦୂଷଣର ମାତ୍ରା କିଛି ଅଂଶରେ କମ୍‌ ହୋଇଯାଇଥିବା କୁହାଯାଉଥିଲା।

Share