ପାଖେଇ ଆସୁଛି ବାଲିଯାତ୍ରା, ସରିନି ୫୦% କାମ

କଟକ ଅଫିସ, ୩।୧୧ ଆସନ୍ତା ୧୨ରେ ଐତିହାସିକ କଟକ ବାଲିଯାତ୍ରା। ଏହି ଯାତ୍ରା ଆଉ ୯ଦିନ ବାକି ଥିବା ବେଳେ ଜିଲା ପ୍ରଶାସନ ଏବଂ କଟକ ମହାନଗର ନିଗମ(ସିଏମ୍‌ସି) ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ଏ ପର୍ଯ୍ୟନ୍ତ ୫୦ ପ୍ରତିଶତ ଶେଷ କାମ ହୋଇନି। ଏପରି କି ବାଲିଯାତ୍ରା ପଡିଆ ସଫେଇ କାର୍ଯ୍ୟ ଆରମ୍ଭ ହୋଇନି। ସେହିପରି ବିଦ୍ୟୁତ୍‌କରଣ କାର୍ଯ୍ୟ ଧିମା ଗତିରେ ଚାଲିଛି। ବାଲିଯାତ୍ରାକୁ ସଂଯୋଗ କରୁଥିବା ରାସ୍ତା ସଫେଇ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ କାମ ହୋଇନାହିଁ। ଅନ୍ୟପକ୍ଷରେ କିଛି ସାମାଜିକ ସଙ୍ଗଠନ ବାଲିଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଏଠାରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ଲୋକମାନେ ବାଲିଯାତ୍ରାକୁ ନେଇ ଉତ୍ସାହିତ ଥିବାବେଳେ ଏଥିପ୍ରତି ପ୍ରଶାସନ କିମ୍ବା ସିଏମ୍‌ସି ସେଭଳି ଆନ୍ତରିକତା ନ ଥିବା ଅଭିଯୋଗ ହେଉଛି, ଯାହାଫଳରେ ବିଭିନ୍ନ କାର୍ଯ୍ୟ ଧିମା ଗତିରେ ଚାଲିଛି। ଏ ନେଇ ଆଇନଜୀବୀ ରାଜୀବ ପଟ୍ଟନାୟକ କହିଛନ୍ତି, ବାଲିଯାତ୍ରା ହେଉଛି ବହୁ ପୁରାତନ ଯାତ୍ରା। ଏଠାକୁ ବହୁ ଦୂରଦୂରାନ୍ତରରୁ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାନ୍ତି। ଏହାକୁ ସୁରୁଖୁରୁରେ ସମାପନ କରିବା ପାଇଁ ପ୍ରଶାସନ ପକ୍ଷରୁ ମାସକ ପୂର୍ବରୁ ବୈଠକ କରାଯାଇ କାର୍ଯ୍ୟ ଶେଷ କରିବା କଥା। ମାତ୍ର ଜିଲା ପ୍ରଶାସନ ବାହାବା ନେବାରେ ବ୍ୟସ୍ତ କିନ୍ତୁ କାର୍ଯ୍ୟ ସାରିବାକୁ ଆନ୍ତରିକତା ନାହିଁ। ସେହିପରି ସାମାଜିକ କର୍ମୀ ଅଭୟ ପଟ୍ଟନାୟକ କହିଛନ୍ତି, ପ୍ରଶାସନ ଏବେ ଷ୍ଟଲ ବିକି ଟଙ୍କା ଗୋଟେଇବାରେ ବ୍ୟସ୍ତ। ପରିବେଶ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ରିକ୍ସା ବ୍ୟବସ୍ଥା କରାଯାଇଛି। ସାଇକେଲ ଶୋଭାଯାତ୍ରା କରିବାକୁ ଯାଉଛି। ହେଲେ ଏହା ଗୋଟିଏ ଦିନ କଲେ ପ୍ରଦୂଷଣ ମୁକ୍ତ ହୋଇଯିବନି। ସେଥିପାଇଁ ବାଲିଯାତ୍ରା ଠାରୁ ସହରରେ ମୋ ସାଇକେଲ ବ୍ୟବସ୍ଥା ଲାଗୁ କରାଯାଉ ବୋଲି ସେ କହିଛନ୍ତି।
ଏ ନେଇ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ବାଲିଯାତ୍ରା ପାଇଁ ସିଏମ୍‌ସି ପ୍ରସ୍ତୁତ ହୋଇ ରହିଛି। ଖୁବ୍‌ଶୀଘ୍ର ସଫେଇ କାର୍ଯ୍ୟ ସହ ବିଭିନ୍ନ ସ୍ଥାନରେ ଲାଇଟ୍‌ ଲଗା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯିବ। ସେହିପରି ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ବାଲିଯାତ୍ରା ପାଇଁ ପ୍ରସ୍ତୁତି ଯୋରଦାର ଚାଲିଛି। ଖୁବ୍‌ଶୀଘ୍ର ସମସ୍ତ କାର୍ଯ୍ୟ ଶେଷ ହେବ। ଯେପରି କୌଣସି ସମସ୍ୟା ସୃଷ୍ଟି ନ ହେବ ସେ ଦିଗରେ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri