ପାଖେଇ ଆସୁଛି ବାଲିଯାତ୍ରା, ସରିନି ୫୦% କାମ

କଟକ ଅଫିସ, ୩।୧୧ ଆସନ୍ତା ୧୨ରେ ଐତିହାସିକ କଟକ ବାଲିଯାତ୍ରା। ଏହି ଯାତ୍ରା ଆଉ ୯ଦିନ ବାକି ଥିବା ବେଳେ ଜିଲା ପ୍ରଶାସନ ଏବଂ କଟକ ମହାନଗର ନିଗମ(ସିଏମ୍‌ସି) ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ଏ ପର୍ଯ୍ୟନ୍ତ ୫୦ ପ୍ରତିଶତ ଶେଷ କାମ ହୋଇନି। ଏପରି କି ବାଲିଯାତ୍ରା ପଡିଆ ସଫେଇ କାର୍ଯ୍ୟ ଆରମ୍ଭ ହୋଇନି। ସେହିପରି ବିଦ୍ୟୁତ୍‌କରଣ କାର୍ଯ୍ୟ ଧିମା ଗତିରେ ଚାଲିଛି। ବାଲିଯାତ୍ରାକୁ ସଂଯୋଗ କରୁଥିବା ରାସ୍ତା ସଫେଇ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ କାମ ହୋଇନାହିଁ। ଅନ୍ୟପକ୍ଷରେ କିଛି ସାମାଜିକ ସଙ୍ଗଠନ ବାଲିଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଏଠାରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ଲୋକମାନେ ବାଲିଯାତ୍ରାକୁ ନେଇ ଉତ୍ସାହିତ ଥିବାବେଳେ ଏଥିପ୍ରତି ପ୍ରଶାସନ କିମ୍ବା ସିଏମ୍‌ସି ସେଭଳି ଆନ୍ତରିକତା ନ ଥିବା ଅଭିଯୋଗ ହେଉଛି, ଯାହାଫଳରେ ବିଭିନ୍ନ କାର୍ଯ୍ୟ ଧିମା ଗତିରେ ଚାଲିଛି। ଏ ନେଇ ଆଇନଜୀବୀ ରାଜୀବ ପଟ୍ଟନାୟକ କହିଛନ୍ତି, ବାଲିଯାତ୍ରା ହେଉଛି ବହୁ ପୁରାତନ ଯାତ୍ରା। ଏଠାକୁ ବହୁ ଦୂରଦୂରାନ୍ତରରୁ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାନ୍ତି। ଏହାକୁ ସୁରୁଖୁରୁରେ ସମାପନ କରିବା ପାଇଁ ପ୍ରଶାସନ ପକ୍ଷରୁ ମାସକ ପୂର୍ବରୁ ବୈଠକ କରାଯାଇ କାର୍ଯ୍ୟ ଶେଷ କରିବା କଥା। ମାତ୍ର ଜିଲା ପ୍ରଶାସନ ବାହାବା ନେବାରେ ବ୍ୟସ୍ତ କିନ୍ତୁ କାର୍ଯ୍ୟ ସାରିବାକୁ ଆନ୍ତରିକତା ନାହିଁ। ସେହିପରି ସାମାଜିକ କର୍ମୀ ଅଭୟ ପଟ୍ଟନାୟକ କହିଛନ୍ତି, ପ୍ରଶାସନ ଏବେ ଷ୍ଟଲ ବିକି ଟଙ୍କା ଗୋଟେଇବାରେ ବ୍ୟସ୍ତ। ପରିବେଶ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ରିକ୍ସା ବ୍ୟବସ୍ଥା କରାଯାଇଛି। ସାଇକେଲ ଶୋଭାଯାତ୍ରା କରିବାକୁ ଯାଉଛି। ହେଲେ ଏହା ଗୋଟିଏ ଦିନ କଲେ ପ୍ରଦୂଷଣ ମୁକ୍ତ ହୋଇଯିବନି। ସେଥିପାଇଁ ବାଲିଯାତ୍ରା ଠାରୁ ସହରରେ ମୋ ସାଇକେଲ ବ୍ୟବସ୍ଥା ଲାଗୁ କରାଯାଉ ବୋଲି ସେ କହିଛନ୍ତି।
ଏ ନେଇ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ବାଲିଯାତ୍ରା ପାଇଁ ସିଏମ୍‌ସି ପ୍ରସ୍ତୁତ ହୋଇ ରହିଛି। ଖୁବ୍‌ଶୀଘ୍ର ସଫେଇ କାର୍ଯ୍ୟ ସହ ବିଭିନ୍ନ ସ୍ଥାନରେ ଲାଇଟ୍‌ ଲଗା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯିବ। ସେହିପରି ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ବାଲିଯାତ୍ରା ପାଇଁ ପ୍ରସ୍ତୁତି ଯୋରଦାର ଚାଲିଛି। ଖୁବ୍‌ଶୀଘ୍ର ସମସ୍ତ କାର୍ଯ୍ୟ ଶେଷ ହେବ। ଯେପରି କୌଣସି ସମସ୍ୟା ସୃଷ୍ଟି ନ ହେବ ସେ ଦିଗରେ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri