ପାକ୍‌ ରେଳମନ୍ତ୍ରୀଙ୍କୁ ଲଣ୍ଡନରେ ଅଣ୍ଡାମାଡ଼

ଇସ୍‌ଲାମାବାଦ,୨୪।୮(ଆଇଏଏନ୍‌ଏସ୍‌): ପାକିସ୍ତାନ ରେଳମନ୍ତ୍ରୀ ତଥା ଆଓ୍ବାମୀ ମୁସ୍‌ଲିମ୍‌ ଲିଗ୍‌ (ଏଏମ୍‌ଏଲ୍‌) ଅଧ୍ୟକ୍ଷ ଶେଖ୍‌ ରଶିଦ୍‌ ଅହମ୍ମଦଙ୍କୁ ମଙ୍ଗଳବାର ଲଣ୍ଡନରେ ଅଣ୍ଡାମାଡ଼ ହୋଇଛି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଦୁଇଜଣ ନେତା ତାଙ୍କୁ ଅଣ୍ଡାମାଡ଼ କରିବା ସହ ମୁଥ ମାରିଥିଲେ। ପିପିପି ନେତା ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର କରିବା ପ୍ରତିବାଦରେ ସେମାନେ ଏପରି କରିଥିବା କୁହାଯାଉଛି।

Share