ପାକ୍‌ରେ କୋଠା ଭୁଶୁଡ଼ି ୧୮ ମୃତ

କରାଚୀ,୭ା୩(ପି.ଟି.): ପାକିସ୍ତାନର କରାଚୀରେ ଶୁକ୍ରବାର ଏକ ୩ ମହଲା କୋଠା ଭୁଶୁଡ଼ି ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ। ଗୁଲ୍‌ବହାର ଅଞ୍ଚଳର ୮୦ ବର୍ଗ ୟାର୍ଡ ଜମି ଉପରେ ଥିବା ଏହି କୋଠା ବେଆଇନ ଭାବେ ନିର୍ମିତ ହୋଇଥିଲା। ଏହାର ତୃତୀୟ ମହଲା ଭାଙ୍ଗିଯିବା ପରେ ସମ୍ପୂର୍ଣ୍ଣ କୋଠାଟି ଧରାଶାୟୀ ହୋଇଯାଇଥିଲା। ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୧୮ ଜଣଙ୍କ ମୃତଦେହ ଭଗ୍ନାବଶେଷ ତଳୁ କଢ଼ାଯାଇଛି।

Share