ପାକିସ୍ତାନ ସେନା ବିମାନ ଦୁର୍ଘଟଣା: ୨ ଅଧିକାରୀ ନିହତ

ଲାହୋର,୭।୧: ପାକିସ୍ତାନ ବାୟୁ ସେନାର ଏକ ବିମାନ ମଙ୍ଗଳବାର ମେନଓ୍ବାଲିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ସ୍ବାର୍ଡନ ଲିଡର ହରିଶ ବିନ୍‌ ଖାଲିଦ ଓ ଫ୍ଲାଇଙ୍ଗ ଅଫିସର ଇବାଦୂର ରେହମାନ। ଏଫଟି-୭ ବିମାନ ଦୁର୍ଘଟଣା ହେବା ଫଳରେ ଏମାନଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଏହାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଅକ୍ଟୋବର ୨୦୧୯ରେ ପାକିସ୍ତାନର ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ଥିବା ୨ ପାଇଲଟ ସୁରକ୍ଷିତ ଭାବେ ବାହାରି ଆସିଥିଲେ।

Share