ପାକିସ୍ତାନ ସୀମାରେ ୧୨ରୁ ଅଧିକ ଆତଙ୍କବାଦୀ ଶିବିର

ଇସଲାମାବାଦ୍‌,୨୨।୧: ପାକିସ୍ତାନ ସୀମାରେ ୧୨ରୁ ଅଧିକ ଆତଙ୍କବାଦୀ ଶିବିର ରହିଛି। ପଞ୍ଜାବ, ବାଲୁଚିସ୍ତାନ ଏବଂ ପସ୍ତୁନଖ୍ବାରେ ଏସବୁ ଶିବିର ରହିଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ପ୍ରତି ଶିବିରରେ ୭ଶହରୁ ଅଧିକ ସଦସ୍ୟଥିବା କୁହାଯାଉଛି। ଏସବୁ ଶିବିରରେ ଆଧୁନିକ ତାଲିମ ଦିଆଯାଉଛି। ଶିବିରରେ ୯୨ ପ୍ରତିଶତରୁ ଅଧିକ ସଦସ୍ୟଙ୍କ ବୟସ ୩୫ ବର୍ଷ ମଧ୍ୟରେ ରହିଥିବାବେଳେ ୧୨ ପ୍ରତିଶତ ନାବାଳକ ରହିଛନ୍ତି। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯାଉଛି। ଆତଙ୍କବାଦ କାର୍ଯ୍ୟ ପାଇଁ ସେମାନଙ୍କର ବ୍ରେନ୍‌ ଓ୍ବାଶ୍‌ କରାଯାଉଥିବା କୁହାଯାଉଛି। ଶିବିରରେ ସଦସ୍ୟଙ୍କ ସଂଖ୍ୟା ଧୀରେଧୀରେ ବଢୁଥିବା ଜଣାପଡ଼ିଛି। ପାକିସ୍ତାନ ଆତଙ୍କବାଦରେ ଲଗାମ ଲଗାଇବାକୁ ଅସଫଳ ରହିଥିବା ଏଥିରୁ ସ୍ବତଃ ପ୍ରମାଣିତ ହେଉଥିବା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।

Share