ପାକିସ୍ତାନ ସରକାର ବନ୍ଦ କରିବାକୁ ଯାଉଛନ୍ତି ୪ଶହ ବିଭାଗ: ଫୟାଦ ଚୌଧୁରୀ

ଇସ୍‌ଲାମାବାଦ,୧୭।୧୦: ପୁଣି ଚର୍ଚ୍ଚାରେ ଇମ୍ରାନ ଖାଁଙ୍କ ସରକାରର ମନ୍ତ୍ରୀ ଫୟାଦ ଚୌଧୁରୀ। ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଥିବା ଏହି ମନ୍ତ୍ରୀ ପୁଣିଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଏବେ ପାକିସ୍ତାନ ସରକାର ୪ଶହ ବିଭାଗ ବନ୍ଦ କରିବାକୁ ଯାଉଛନ୍ତି। ତେଣୁ ଚାକିରି ପାଇଁ ଆଉ ସରକାରଙ୍କ ଆଡେ ନ ଅନାଇବାକୁ ସେ ପାକିସ୍ତାନବାସୀଙ୍କୁ କହିଛନ୍ତି। ଇମ୍ରାନ ଖାଁଙ୍କ ନେତୃତ୍ୱାଧୀନ ସରକାର ଏକ କୋଟି ରୋଜଗାର ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ଶାସନ କ୍ଷମତାକୁ ଆସିଥିଲେ। ହେଲେ ତାଙ୍କ ମନ୍ତ୍ରୀଙ୍କ ଏହି କଥା ଏବେ ପାକିସ୍ତାନବାସୀଙ୍କ ରାଗର କାରଣ ପାଲଟିଛି। ଏହାପରେ ପାକିସ୍ତାନ ମିଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଫୟାଦ କହିଛନ୍ତି ସେ ସେମିତି କିଛି କହି ନାହାନ୍ତି। ହେଲେ ଗଣମାଧ୍ୟମରେ ତାଙ୍କ କଥାକୁ ଓଲଟା ସିଧା କରି ପରିବେଷଣ କରାଯାଉଛି। ଦେଶର ଆର୍ଥିକ ପରିସ୍ଥିତିକୁ ଦେଖି ସରକାର ପ୍ରାୟ ୪ଶହ ବିଭାଗ ବନ୍ଦ କରିଦେବା ସେ ସୂଚନା ଦେଇଥିବା କହିଛନ୍ତି।

Share