Categories: ଖେଳ

ପାକିସ୍ତାନ ଲଗାତର ୧୦ଟି ମ୍ୟାଚ୍‌ ହାରିଲା, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଜାକ୍‌ ଉଡ଼ାଇଲେ ଦର୍ଶକେ

ଇସଲମାବାଦ, ୨୦।୫: ଗତ ୧୦ଟି ମ୍ୟାଚରେ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଦର୍ଶକ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଜାକ ଉଡାଉଥିବା ଦେଖାଯାଇଛି। ଦ୍ୱିତୀୟଥର ପାଇଁ ପାକିସ୍ଥାନକୁ ଏଭଳି ଅବସ୍ଥା ଭୋଗିବାକୁ ପଡିଛି। ୧୯୮୮ରେ ଇମ୍ରାନ ଖାନ୍‌ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ଥିବାବେଳେ ଲଗାତର ୧୦ଟି ମ୍ୟାଚ୍‌ ହାରିଥିଲା ପାକିସ୍ତାନ । ୨୦୧୯ରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏବେ ଇମ୍ରାନ ଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି। ଏହି ଦୁଇଟି ଘଟଣାକୁ ଯୋଡି କ୍ରିକେଟ ଫ୍ୟାନମାନେ ସୋସିଆଲ ମିଡିଆରେ ଇମ୍ରାନଙ୍କୁ ଉପହାସ କରିଛନ୍ତି। ଇମ୍ରାନ ଦଳ ସମ୍ଭାଳିଥିଲାବେଳେ ପାକିସ୍ତାନ ଏଭଳି ଅବସ୍ଥା ଦେଇ ଗତି କରିଥିଲା, ଏବେ ଦେଶ ସମ୍ଭାଳିଛନ୍ତି, ତେବେ ଅବସ୍ଥା କଣ ହେବ ବୋଲି ଦର୍ଶକେ ଉପହାସ ଛଳରେ କହିଛନ୍ତି।

Share