Categories: ଜାତୀୟ

ପାକିସ୍ତାନ ବିମାନ ଦୁର୍ଘଟଣା: ୧୪ ମୃତ

କରାଚି,୨୨।୫: ପାକିସ୍ତାନରେ ଶୁକ୍ରବାର ହୋଇଥିବା ବିମାନ ଦୁର୍ଘଟଣାରେ ଅତିକମ୍‌ରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଶୁକ୍ରବାର ଲାହୋରରୁ କରାଚି ଯାଉଥିବା ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ(ପିଆଇଏ)ର ଏକ ବିମାନ ଦୁର୍ଘଟଣାର ଶିକାର ହୋଇଛି। ବିମାନଟି କରାଚି ବିମାନ ବନ୍ଦର ନିକଟରେଥିବା ଜନବସତି ଅଞ୍ଚଳରେ ଖସିପଡିବା ଫଳରେ ସେଠାରେ କେତେଗୁଡିଏ କୋଠାରେ ନିଆଁ ଲାଗିଯାଇଥିବା ଦେଖାଯାଇଥିଲା। ବିମାନଟି କରାଚି ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି।

Share