Categories: ଖେଳ

ପାକିସ୍ତାନ ଫ୍ୟାନ୍‌ଙ୍କ ମୁହଁରେ ଇଣ୍ଡିଆ..ଇଣ୍ଡିଆ..

ବର୍ମିଂହାମ, ୩୦।୬: ଚଳିତ ଆଇସିସି ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ୩୮ତମ ମ୍ୟାଚରେ ଦୁଇ ଫେଭରାଇଟ୍‌ ଦଳ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ଭେଟାଭେଟି ହୋଇଛନ୍ତି। ଇଂଲଣ୍ଡ ପାଇଁ ଏହି ମ୍ୟାଚ୍‌ କର ବା ମର ପରିସ୍ଥିତି ହୋଇଥିବାବେଳେ ଏପର୍ଯନ୍ତ ବିଶ୍ୱକପରେ ଅପରାଜିତ ରହିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତି ସେମିଫାଇପାଲରେ ସ୍ଥାନ ପକ୍କା କରିବା ଲକ୍ଷରେ ରହିଛି। ଏହି ମ୍ୟାଚ୍‌ କେବଳ ଇଂଲଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ ତା’ନୁହେଁ, ପାକିସ୍ତାନ ଟିମ୍‌ ପାଇଁ ମଧ୍ୟ ଏହି ମ୍ୟାଚ୍‌ ଗୁରୁତ୍ୱ ବହନ କରୁଛି। ଇଂଲଣ୍ଡ ଯଦି ଏହି ମ୍ୟାଚରେ ପରାସ୍ତ ହୁଏ, ତେବେ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିପାରିବ। ତେଣୁ ପାକିସ୍ତାନ ଦଳ ସହ ଏହି ଦେଶର ସମର୍ଥକମାନେ ମଧ୍ୟ ଭାରତୀୟ ଦଳ ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି। ବର୍ମିଂହାମ ଷ୍ଟାଡିୟମ ବାହାରେ କିଛି ପାକିସ୍ତାନ ସମର୍ଥକ ଇଣ୍ଡିଆ..ଇଣ୍ଡିଆ..କରୁଥିବାର ଦେଖାଯାଇଛି।

Share