Categories: ଖେଳ

ପାକିସ୍ତାନ ପ୍ରଶଂସକଙ୍କୁ କଡ଼ା ଜବାବ ଦେଲେ ଆକାଶ ଚୋପ୍ରା

ମୁମ୍ବାଇ,୯।୩- ଭାରତୀୟ ମହିଳା ଦଳ ଟି୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ବରଣ କରିଛି। ଏହି ପରାଜୟ ସତ୍ତ୍ୱେ କିଛି ପ୍ରଶଂସକ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନକୁ ଖୁବ ପ୍ରଶଂସା କରିଛନ୍ତି। କିନ୍ତୁ କିଛି ପାକିସ୍ତାନ ପ୍ରଶଂସକ ଫାଇନାଲରେ ଭାରତୀୟ ଦଳର ପରାଜୟକୁ ହସ୍ୟାସ୍ପଦ ବୋଲି ବିବେଚନ କରିଥିଲେ। ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଭଳି ଭାରତୀୟ ମହିଳା ଦଳ ଦଶା ଭୋଗିଛି ବୋଲି ଟୁଇଟ୍‌ କରିଥିଲେ। ଏହାର କଡ଼ା ଜବାବ ଦେଇଛନ୍ତି ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଏବେକାର ଭାଷ୍ୟକାର। ୨୦୧୭ ଚାମ୍ପିୟନ୍ସ ଟ୍ରଫି ପରେ ତୁମ ପୁରୁଷ ଓ ମହିଳା ଦଳକୁ ମିଶାଇ କେତେଟା ଆଇସିସି ଇଭେଣ୍ଟରେ ନକଆଉଟ୍‌ ମ୍ୟାଚ୍‌ ଖେଳିଚ? ଯେଉଁମାନଙ୍କ ଘର କାଚରେ ତିଆରି, ସେମାନେ ଲାଇଟ୍‌ ଲଗାଇ କପଡ଼ା ବଦଳନ୍ତି ନାହିଁ ବୋଲି ଆକାଶ ଟୁଇଟ୍‌ କରିଛନ୍ତି।

Share