ପାକିସ୍ତାନ ପରେ ଏବେ ଇରାନ ଉପରେ ଚାଇନାର ନଜର: ବଡ଼ ନିବେଶ ସହ ମୁତୟନ କରିବ ୫ହଜାର ସେନା

ତେହରାନ,୧୦।୯: ଆମେରିକା ଓ ଚାଇନା ଭିତରେ ଚାଲିଥିବା ଟ୍ରେଡ ଓ୍ବାରର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖିବାକୁ ମିଳିଛି। କେଉଁଠି ଅର୍ଥନୀତିରେ ମାନ୍ଦାବସ୍ଥା ତ କେଉଁଠି ରଣନୀତିରେ ପରିବର୍ତ୍ତନ ହୋଇଛି। ଏହି ପରିପ୍ରେକ୍ଷୀରେ ଇରାନ ଚାଇନାର ୫ହଜାର ସେନାଙ୍କୁ ନିଜ ଦେଶରେ ମୁତୟନ କରିବା ପାଇଁ ଅନୁମତି ଦେଇଛି। ଏହି ସମସ୍ତ ସେନା ଚାଇନା ଦ୍ୱାରା ଇରାନରେ ୨୮୦ ବିଲିୟନ ଡଲାରର କରାଯାଉଥିବା ପ୍ରୋଜେକ୍ଟ ଉପରେ ନଜର ରଖିବେ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ଚାଇନା ଇରାନରେ ତେଲ, ଗ୍ୟାସ ଓ ପେଟ୍ରୋଲିୟମ୍‌ ସମେତ ଅନ୍ୟ କ୍ଷେତ୍ରରେ ବଡ଼ ନିବେଶ କରିବାକୁ ଯାଉଛି। ଏଥିପାଇଁ ୨୮୦ ବିଲିୟନ ଡଲାରରେ ଏକ ନୂଆ ପ୍ରୋଜେକ୍ଟ ଉପରେ କାମ ଚାଲୁଛି। ଯାହାର ସୁରକ୍ଷା ପାଇଁ ଚାଇନା ନିଜ ୫ହଜାର ସେନାଙ୍କୁ ଇରାନ ପଠାଇବାକୁ ନିଷ୍ପତ୍ତି ନେଇଛି। ଆଉ ଏଥିପାଇଁ ଇରାନ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି। ଏହା ପୂର୍ବରୁ ଚାଇନା ପାକିସ୍ତାନରେ ମଧ୍ୟ ବଡ଼ ନିବେଶ କରିସାରିଛି।

Share