ପାକିସ୍ତାନ ତାଲିବାନ୍‌ କମାଣ୍ଡର କ୍ୱାରି ସଇଫୁଲ୍ଲା ନିହତ

କାବୁଲ, ୩୦।୧୨: ପାକିସ୍ତାନର ତାଲିବାନ୍‌ କମାଣ୍ଡର କ୍ୱାରି ସଇଫୁଲ୍ଲା ମେହସୁଦ୍‌ ଆଫଗାନିସ୍ତାନରେ ନିହତ ହୋଇଛନ୍ତି। ଜଣେ ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳି ଚଳାଇଥିବା କୁହାଯାଉଛି। ଖୋଷ୍ଟ୍‌ ପ୍ରଦେଶର ଗୁଲୋନ୍‌ କ୍ୟାମ୍ପ୍‌ ବାହାରେ ତାଙ୍କୁ ଗୁଳି କରାଯାଇଛି। ଏହି ଆକ୍ରମଣ ହାକ୍କିନି ଗୋଷ୍ଠୀ ନିର୍ଦ୍ଦେଶରେ କରାଯାଇଥିବା ତାଲିବାନ ପକ୍ଷରୁ ସୂଚନା ଦିଆଯାଇଛି। ସଇଫୁଲା ତେହରିକ୍‌-ଇ-ତାଲିବାନ୍‌ ପାକିସ୍ତାନର କମାଣ୍ଡର ଭାବେ ନିଯୁକ୍ତ ହୋଇଥିଲେ। ପୂର୍ବରୁ ତେହରିକ୍‌-ଇ-ତାଲିବାନ୍‌ ପାକିସ୍ତାନର ୩ ଜଣ ସଦସ୍ୟଙ୍କୁ ହାକ୍କିନି ଗୋଷ୍ଠୀ ପକ୍ଷରୁ ହତ୍ୟା କରାଯାଇଥିଲା। ସୂଚନାଯୋଗ୍ୟ ଚଳିତ ବର୍ଷ ତେହରିକ୍‌-ଇ-ତାଲିବାନ୍‌ ପାକିସ୍ତାନ ଦ୍ୱାରା ୭୫ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଥିବା ଏକ ଅଡ଼ିଓ ମେସେଜ୍‌ରେ କିଛି ଦିନ ତଳେ ସଇଫୁଲ୍ଲା ସୂଚନା ଦେଇଥିଲେ।

Share