Categories: ଜାତୀୟ

ପାକିସ୍ତାନ ଜେଲ୍‌ରେ ଏବେ ବି ୩ ଶହ ୫୫ ଭାରତୀୟ ଧୀବର

ଅମୃତସର,୨୩।୪: ପାକିସ୍ତାନର ବିଭିନ୍ନ ଜେଲ୍‌ରେ ଏବେ ବି ୩ ଶହ ୫୫ ଜଣ ବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୫ ସାଧାରଣ ନାଗରିକ ରହିଛନ୍ତି। ଅନ୍ୟମାନେ ଧୀବର ବୋଲି କୁହାଯାଉଛି। ଧୀବରମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବାବେଳେ ପାକିସ୍ତାନ ତଟରକ୍ଷୀ ବାହିନୀଙ୍କ ହାତରେ ଧରା ପଡ଼ିଥିଲେ। ଇତିମଧ୍ୟରେ ପାକିସ୍ତାନ-ଭାରତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପ୍ରୟାସ ଅନ୍ତର୍ଗତ ୩ଶହ ଧୀବର ଘର ବାହୁଡ଼ିଛନ୍ତି। ତୃତୀୟ ପର୍ଯ୍ୟାୟରେ ଗତ ସୋମବାର ଶହେ ଜଣ ଧୀବର ଓ୍ବାଘା ସୀମା ଦେଇ ଭାରତ ଫେରିଛନ୍ତି। ଏହା ପୂର୍ବରୁ ୨ଶହ ଧୀବର ଘର ବାହୁଡ଼ିଥିଲେ। ଏପ୍ରିଲ୍‌ ୨୯ରେ ଏସବୁ ଧୀବର ପାକିସ୍ତାନ ଜେଲ୍‌ରୁ ମୁକୁଳିବେ ବୋଲି କୁହାଯାଉଛି।

Share