ପାକିସ୍ତାନ ଜେଲ୍‌ରୁ ମୁକୁଳିଲେ ୨୦ ଭାରତୀୟ ମତ୍ସ୍ୟଜୀବୀ

ଲାହୋର,୭।୧: ପାକିସ୍ତାନ ଜେଲ୍‌ରୁ ଗତ ରବିବାର ମୁକୁଳିଥିବା ୨୦ ମତ୍ସ୍ୟଜୀବୀ ଓ୍ବାଘା ବର୍ଡରରେ ପହଞ୍ଚିଥିବା ସୂଚନା ମିଳିଛି। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ ଏହି ମତ୍ସ୍ୟଜୀବୀଙ୍କୁ ମୁକୁଳାଇବା ଏକ ଗୁରୁତ୍ୱପୂର୍ଣ୍ଣ କଥା ବୋଲି ଆଲୋଚନା ହେଉଛି। ପାକିସ୍ତାନୀ ରେଞ୍ଜର ଏମାନଙ୍କୁ ସୀମା ସୁରକ୍ଷାବଳଙ୍କ ହାତରେ ଦେଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଶ୍ରୀକାକୁଲମ ଓ ବିଜୟନଗରମ ଜିଲାର ବୋଲି ଜଣାପଡିଛି। ଏମାନେ ୨୦୧୮ ଡିସେମ୍ବରରୁ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଭାବେ ଜୀବନ କାଟୁଥିଲେ।

Share