Categories: ଜାତୀୟ

ପାକିସ୍ତାନ ଜେଲରୁ ମୁକୁଳିବେ କି କୁଳଭୂଷଣ, ଆଜି ଆସିବ ରାୟ

ନୂଆଦିଲ୍ଲୀ, ୧୭।୭: ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ ଇଣ୍ଟନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ(ଆଇସିଜେ)ରେ ବୁଧବାର ପ୍ରକାଶ ପାଇବ। କୁଳଭୂଷଣଙ୍କୁ ଗୁଇନ୍ଦାଗିରି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ପାକିସ୍ତାନ ଗିରଫ କରିବା ପରେ ସେଠାକାର ଏକ ସାମରିକ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଆଦେଶ ଦେଇଥିଲା। ଭାରତ ସରକାର ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ଏହି ଦଣ୍ଡାଦେଶ ବିରୋଧରେ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲେ। ବୁଧବାର ଅପରାହ୍ଣ ୩ଟାରେ ଦି ହେଗସ୍ଥିତ ଆଇସିଜେ ଅଦାଲତରେ ଏହି ମାମଲାର ରାୟ ପ୍ରକାଶ ପାଇବ। ମୁଖ୍ୟ ବିଚାରପତି ଅବଦୁଲକ୍ବାଇ ଅହମ୍ମଦ ୟୁଶୁଫ ରାୟ ଶୁଣାଇବେ।

Share