Posted inଖେଳ

ପାକିସ୍ତାନ ଖେଳାଳିଙ୍କୁ ବିରିୟାନି ମନା

କରାଚୀ,୧୮।୯: ଚଳିତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ରେ ପାକିସ୍ତାନ ଦଳର ଖେଳାଳିଙ୍କୁ ଫିଟ୍‌ନେସ ପାଇଁ ବହୁ ସମାଲୋଚିତ ହେବାକୁ ପଡ଼ିଥିଲା। ଖେଳାଳିଙ୍କ ଫିଟ୍‌ନେସ ସୁଧାରିବା ଲାଗି ନୂଆକରି କୋଚ୍‌ ଓ ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ସମ୍ଭାଳିଥିବା ପୂର୍ବତନ ଅଧିନାୟକ ମିଶ୍‌ବା ଉଲ ହକ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶର କ୍ରିକେଟରଙ୍କୁ ବିରିୟାନି ଖାଇବାକୁ ମନା କରିଛନ୍ତି। କେବଳ ଏତିକି ନୁହେଁ, ରେଡ୍‌ ମିଟ୍‌ ଓ ବିଭିନ୍ନ ନନ୍‌ଭେଜ ଆଇଟମକୁ ଦେଶର ଘରୋଇ ଟୁର୍ନାମେଣ୍ଟ ଓ ଜାତୀୟ କ୍ୟାମ୍ପରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ଡାଏଟ୍‌ରୁ ହଟାଇ ଦେଇଛନ୍ତି। ବିଶ୍ୱକପ୍‌ରେ ଭାରତୀୟ ଦଳଠାରୁ ଶୋଚନୀୟ ପରାଜୟ ପରେ ବହୁ ପ୍ରଶଂସକ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ସର୍ଫରାଜ ଅହମ୍ମଦଙ୍କୁ ତୁଳନା କରି ସମାଲୋଚନା କରିଥିଲେ। ମିଶ୍‌ବା ଘରୋଇ ଟୁର୍ନାମେଣ୍ଟ ଖେଳୁଥିବା ଖେଳାଳିଙ୍କ ଡାଏଟରୁ ଗରିଷ୍ଠ ଖାଦ୍ୟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଯୋଗୁ ଖେଳାଳିଙ୍କୁ ଆଉ ବିରିୟାନି କିମ୍ବା ଅତ୍ୟଧିକ ତେଲଯୁକ୍ତ ରେଡ୍‌ ମିଟ୍‌ କିମ୍ବା ମିଠା ଆଇଟମ ମିଳିବ ନାହିଁ। କେବଳ ନିରାମିଷ ଆଇଟମ ଓ ପାସ୍ତା ସହ ବିଭିନ୍ନ ପ୍ରକାର ଫଳ ଖାଇବାକୁ ଦିଆଯିବ। ଯାହାଫଳରେ ଖେଳାଳିଙ୍କ ଫିଟ୍‌ନେସରେ ସୁଧାର ଆସିପାରିବ। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଖେଳାଳିମାନେ ଜାତୀୟ ଦଳର ସଦସ୍ୟ ନ ଥିବାବେଳେ ଜଙ୍କ ଫୁଡ ଓ ଅତ୍ୟଧିକ ତେଲଯୁକ୍ତ ଖାଦ୍ୟ ଖାଆନ୍ତି। ଏଣୁ ପ୍ରତ୍ୟେକ ଖେଳାଳିଙ୍କ ଡାଏଟ୍‌ ପ୍ଲାନ ଓ ଫିଟ୍‌ନେସକୁ ନଜରରେ ରଖାଯିବ। ଯଦି କୌଣସି ଖେଳାଳି ଏଥିରେ ବ୍ୟତିକ୍ରମ କରନ୍ତି, ତାଙ୍କୁ ଦଳରୁ ବିଦା କରାଯିବ ବୋଲି ମିଶ୍‌ବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri