ପାକିସ୍ତାନୀ ବୋଟ୍‌ରୁ ୬୦୦ କୋଟିର କୋକେନ୍‌ ଜବତ

ନୂଆଦିଲ୍ଲୀ,୨୨ା୫: ଭାରତୀୟ ତଟରକ୍ଷୀ ବାହିନୀ ମଙ୍ଗଳବାର ଗୁଜରାଟ ଉପକୂଳରେ ଏକ ପାକିସ୍ତାନୀ ବୋଟ୍‌କୁ ପିଛା କରି ସେଥିରୁ ୬୦୦ କୋଟି ଟଙ୍କା ମୂଲ୍ୟର କୋକେନ୍‌ ଜବତ କରିଛି। ଉକ୍ତ ବୋଟ୍‌ରେ ଥିବା ୬ ଜଣ କର୍ମଚାରୀଙ୍କୁ ତଟରକ୍ଷୀ ବାହିନୀ ହାଜତକୁ ନେଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ଏବଂ ଅନ୍ୟ ଏଜେନ୍ସିଗୁଡ଼ିକର ସୂଚନାକ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କରାଚୀରେ ପଞ୍ଜୀକୃତ ହୋଇଥିବା ‘ଅଲ୍‌-ମଦିନା’ ନାମକ ମାଛଧରା ବୋଟ୍‌ରୁ ୧୯୪ ପ୍ୟାକେଟ୍‌ ନିଶାଦ୍ରବ୍ୟ ଜବତ ହୋଇଛି। ଏହି ଚଢ଼ାଉରେ ତଟରକ୍ଷୀ ବାହିନୀର ଗୋଟିଏ ଜାହାଜ, ଦୁଇଟି ଇଣ୍ଟରସେପ୍ଟର ବୋଟ୍‌ ସାମିଲ ହୋଇଥିଲେ। ଧରାପଡିବା ପୂର୍ବରୁ ପାକିସ୍ତାନୀ ବୋଟ୍‌ର କର୍ମଚାରୀମାନେ ନିଶାଦ୍ରବ୍ୟକୁ ସମୁଦ୍ର ମଧ୍ୟକୁ ଫିଙ୍ଗିଦେଇଥିଲେ।

Share