ପାକିସ୍ତାନୀ ଡାକ୍ତରଙ୍କୁ ଦେଶ ଛାଡ଼ିବାକୁ ଆଦେଶ ଦେଲା ସୌଦି

ରିୟାଦ୍‌,୮।୮: ପାକିସ୍ତାନୀ ଡାକ୍ତରଙ୍କୁ ଦେଶ ଛାଡ଼ିବାକୁ ସୌଦି ସରକାର ଆଦେଶ ଦେଇଛନ୍ତି। ପାକିସ୍ତାନୀ ଡାକ୍ତର ଚିକିତ୍ସା କ୍ଷେତ୍ରରେ ସଫଳ ହୋଇପାରୁ ନ ଥିବା ସୌଦି ଅଭିଯୋଗ କରିଛି। ଡାକ୍ତରମାନେ ଦେଶ ନ ଛାଡ଼ିଲେ ସେମାନଙ୍କୁ ଜବରଦସ୍ତ ପାକିସ୍ତାନ ପଠାଯିବ ବୋଲି ସୌଦି କହିଛି। ଏହାପୂର୍ବରୁ କର୍ତ୍ତାର ଓ ବାହାରିନ୍‌ ସରକାର ମଧ୍ୟ ପାକିସ୍ତାନୀ ଡାକ୍ତରଙ୍କ ମେଡିକାଲ ଡିଗ୍ରୀ ମାନ୍ୟତାକୁ ସେମାନଙ୍କ ଦେଶରେ ରଦ୍ଦ କରିଛନ୍ତି। ଏହାଦ୍ୱାରା ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।

Share