Categories: ଜାତୀୟ

ପାକିସ୍ତାନର ସ୍ବାଧୀନତା ଦିବସରେ ଭାରତୀୟ ଟୁଇଟର ବ୍ୟବହାରକାରୀ ଟ୍ରୋଲ କରି ଲେଖିଲେ ‘# ହାପି ବାର୍ଥଡେ ବେଟା’

ନୂଆଦିଲ୍ଲୀ,୧୪।୮: ପାକିସ୍ତାନ ଅଗଷ୍ଟ ୧୪ ବୁଧବାର ନିଜର ୭୩ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତୀୟ ଟୁଇଟର ବ୍ୟବହାରକାରୀ ପଡୋଶୀ ଦେଶକୁ ଟୁଇଟରରେ ‘# ହାପି ବାର୍ଥଡେ ବେଟା’ ଲେଖି ଟ୍ରୋଲ କରିଥିବା ଦେଖିବାକୁ ମିଳିଛି। ୧୯୪୭ ଅଗଷ୍ଟ ୧୪ରେ ବ୍ରିଟିଶ ଶାସନରୁ ଭାରତ ମୁକୁଳିଥିବା ବେଳେ ସେହି ଦିନ ପାକିସ୍ତାନ ଭାରତଠାରୁ ଅଲଗା ହୋଇଥିଲା। ଏହାପରଠାରୁ ଭାରତର ସ୍ବାଧୀନତା ଦିବସ ପୂର୍ବରୁ ପାକିସ୍ତାନ ସ୍ବାଧୀନତା ଦିବସ ପାଳନ କରିଥାଏ। ତେବେ ଜମ୍ମୁ-କଶ୍ମୀରରେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏଥିସହ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଏହି ପରିପ୍ରେକ୍ଷୀରେ ବୁଧବାର ପାକିସ୍ତାନ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଭାରତର ଟୁଇଟର ବ୍ୟବହାରକାରୀ ଭିନ୍ନ ଭିନ୍ନ ବାର୍ତ୍ତା ଲେଖି ଟ୍ରୋଲ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ପୁଅ, ମୋ ଭଳି ପିତା ପାଇ ଗର୍ବ ଅନୁଭବ କରୁଥିବ’।

Share