ପାକିସ୍ତାନର ନୂଆ ନାଟକ: ବନ୍ଦ କଲା ଟେଲିଭିଜନର ବିଶେଷ କାର୍ଯ୍ୟକ୍ରମ

ଇସଲାମାବାଦ,୧୧।୮: ଗୋଟିଏ ପରେ ଗୋଟିଏ ନୂଆ ନାଟକ କରି ଚାଲିଛି ପାକିସ୍ତାନ। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିଯିବା ପରେ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇଛି। ପ୍ରଥମେ ଭାରତ ସହ କୁଟନୈତିକ ସମ୍ପର୍କ ଛିନ୍ନ କରିଥିବା ପାକିସ୍ତାନ ଏବେ ଇଦ୍‌-ଉଲ୍‌-ଜୁହାରେ ଟେଲିଭିଜନ ଚ୍ୟାନେଲରେ ବିଶେଷ କାର୍ଯ୍ୟକ୍ରମ ପ୍ରସାରଣ କରିବା ବନ୍ଦ କରିଦେଇଛି। ପାକିସ୍ତାନ କହିଛି ଏହାଦ୍ୱାରା କେବଳ ପାକିସ୍ତାନୀ ନୁହେଁ ବରଂ କଶ୍ମୀରବାସୀଙ୍କୁ ମଧ୍ୟ ଆଘାତ ପହଞ୍ଚାଇବ। ପାକିସ୍ତାନର ମିଡିଆ ନିୟମାକ ପ୍ରାଧିକରଣ କହିଛି କଶ୍ମୀର ସହ ଧାର୍ମିକ ଭାବନା ରଖି ଇଦ୍‌-ଉଲ୍‌-ଜୁହା ପାଳନ କରିବାକୁ ଚାହେଁ ପାକିସ୍ତାନ।

Share