ପାକିସ୍ତାନର ଡିଜିଟାଲ ସେନସରଶିପ୍‌କୁ ବିରୋଧ: ଫେସବୁକ୍‌-ଗୁଗଲ-ଟୁଇଟର ଦେଶ ଛାଡ଼ିବାକୁ ଦେଲେ ଧମକ

ଇସଲାମାବାଦ୍‌,୨୯।୨: ପାକିସ୍ତାନର ଡିଜିଟାଲ ସେନସରଶିପ୍‌ ଆଇନକୁ ବିରୋଧ କରି ଫେସବୁକ୍‌, ଗୁଗଲ,ଟୁଇଟର ଆଦି ସୋସିଆଲ ମିଡ଼ିଆ ଦେଶ ଛାଡ଼ିବାକୁ ଦେଲେ ଧମକ ଦେଇଛନ୍ତି। ଏନେଇ ସୋସିଆଲ୍‌ ମିଡ଼ିଆ କମ୍ପାନୀଗୁଡ଼ିକର ଏସିଆ ଇଣ୍ଟରନେଟ୍‌ କୋଆଲେଶନ ପକ୍ଷରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାଖକୁ ସମ୍ପୃକ୍ତ କମ୍ପାନୀଗୁଡ଼ିକ ଚିଠି ମଧ୍ୟ ଲେଖିଛନ୍ତି। ଏଭଳି ସେନସରଶିପ୍‌ ଲାଗୁ ହେଲେ ପାକିସ୍ତାନରେ କାମ କରିବା ଅସମ୍ଭବ ହେବ ବୋଲି ସୋସିଆଲ୍‌ ମିଡ଼ିଆ କମ୍ପାନୀ ପକ୍ଷରୁ କୁହାଯାଇଛି। ଆତଙ୍କବାଦ, ହିଂସା,ଆପତ୍ତି ଜନକ କଣ୍ଟେଟ୍‌ ଆଦିକୁ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ। ସେହିପରି ଆପାତ୍‌କାଳୀନ ସ୍ଥିତିରେ ଏହାକୁ ୬ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ। ଅପରପକ୍ଷରେ ରାଷ୍ଟ୍ରୀୟ ସୁରକ୍ଷା କ୍ଷେତ୍ରରେ ସୋସିଆଲ୍‌ ମିଡ଼ିଆ କମ୍ପାନୀଗୁଡ଼ିକୁ ଜାତୀୟ ସଂଯୋଜକଙ୍କ ନିର୍ଦ୍ଦେଶ ମାନିବାକୁ ପଡ଼ିବ। ସବ୍‌କ୍ରାଇବ୍‌, ଟ୍ରାଫିକ୍‌, କଣ୍ଟେଟ୍‌ ଏବଂ ଅକାଉଣ୍ଟ୍‌ ସମ୍ପର୍କିତ ତଥ୍ୟ ଗୁପ୍ତଚର ଏଜେନ୍ସି ସହିତ ଦେବାକୁ ପଡ଼ିବ ବୋଲି ପାକିସ୍ତାନର ଡିଜିଟାଲ ସେନସରଶିପ୍‌ ଆଇନରେ କୁହାଯାଇଛି। ତେବେ ସୋସିଆଲ୍‌ ମିଡ଼ିଆ କମ୍ପାନୀଗୁଡ଼ିକ ଏହାର ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ଏହାଦ୍ୱାରା ପାକିସ୍ତାନ ୭ କୋଟିରୁ ଅଧିକ ଇଣ୍ଟରନେଟ୍‌ ତଥା ସୋସିଆଲ ମିଡ଼ିଆ ୟୁଜର ପ୍ରଭାବିତ ହେବେ।

Share