Categories: ଜାତୀୟ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୪।୫: କରୋନା ମହାସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ନିଜ କୁକର୍ମରୁ ବାଦ ପଡ଼ୁନି। କେତେବେଳେ ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ତ ଆଉ କେତେବେଳେ ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି। ଇତିମଧ୍ୟରେ ସୋମବାର ଜମ୍ମୁ-କଶ୍ମୀରର ରାଜୌରୀ ଜିଲା ନୌସେରା ସେକ୍ଟରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ସଂନ୍ଧ୍ୟା ପ୍ରାୟ ୪ଟାରେ ପାକିସ୍ତାନ ପକ୍ଷରୁ ହଠାତ୍‌ ଗୁଳିଚାଳନା କରାଯିବା ସହ ମୋର୍ଟାର ମାଡ଼ କରାଯାଇଥିଲା। ଏହାର ପ୍ରତି ଜବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଏବେ ବି ଘଟଣାସ୍ଥଳରେ ଗୁଳିବିନିମୟ ଜାରି ରହିଥିବା ଜଣାପଡ଼ିଛି।

Share