ପାକିସ୍ତାନରେ ମହଙ୍ଗା ମାଡ: ଗ୍ୟାସ୍‌ ସିଲିଣ୍ଡର ପିଛା ୨ ହଜାର ଟଙ୍କାରେ ପହଞ୍ଚିଲା

ଇସଲମାବାଦ୍‌,୨।୧: ପାକିସ୍ତାନ ବଜାରରେ ହୁ ହୁ ହୋଇ ବଢୁଛି ଦର। ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି କ୍ଷୀର ଓ ପନିପରିବା ଦର ମହଙ୍ଗା ହେବାରେ ଲାଗିଛି। ବିତ୍ତୀୟ ସଙ୍କଟର ସାମ୍ନା କରୁଥିବା ପାକିସ୍ତାନରେ ଏବେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ପିଛା ୨ ହଜାର ଟଙ୍କାରେ ପହଞ୍ଚିଛି। ପାକିସ୍ତାନରେ ଗ୍ୟାସ୍‌ ସିଲିଣ୍ଡର ପିଛା ୧୫୩୧.୬୯ ଟଙ୍କା ଥିବାବେଳେ ଏବେ ଏହା ୧୯୯୧.୪୮ ଟଙ୍କାରେ ପହଞ୍ଚିଛି। ଗତ କିଛିଦିନ ତଳେ ପାକିସ୍ତାନ ବଜାରରେ ଟମାଟୋ କିଲୋ ୧୬୦, କଞ୍ଚାଲଙ୍କା ୨୮୦, ଜହ୍ନି ୧୫୦, ଅଦା ଓ ରସୁଣ ୨୦୦ ଟଙ୍କାରେ ପହଞ୍ଚିଥିଲା। ପାକିସ୍ତାନର ଆର୍ଥିକ ସ୍ଥିତି ସାଂଘାତିକ ଭାବେ ବିଗିଡି ଯାଇଛି। ୨୦୧୮ ଅଗଷ୍ଟରେ ଇମ୍ରାନ ଖାନ କ୍ଷମତାକୁ ଆସିବା ପରେ ଅର୍ଥନୈତିକ ସଙ୍କଟରେ ପାକିସ୍ତାନ ଫସି ଯାଇଛନ୍ତି।

Share