ପାକିସ୍ତାନରେ ପ୍ରଥମ କରୋନା ରୋଗୀ ମୃତ

ଇସ୍‌ଲାମାବାଦ,୧୭।୩: ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏହା କବଳରେ ଏପର୍ଯ୍ୟନ୍ତ ୧୬୦ ଦେଶ ରହିଛି। ଏଥିରୁ ପାକିସ୍ତାନ ମଧ୍ୟ ବର୍ତ୍ତି ପାରିନାହିଁ। ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୩ ହୋଇଥିବା ବେଳେ ଆଗକୁ ଆହୁରି ସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଉଛି। ମଙ୍ଗଳବାର ପାକିସ୍ତାନରେ ପ୍ରଥମ କରୋନା ଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଲାହୋରର ମାୟୋ ହସ୍ପିଟାଲର ଆଇସୋଲେଶନ୍‌ ଓ୍ବାର୍ଡରେ ସଂକ୍ରମିତ ରୋଗୀ ଭର୍ତ୍ତି ହୋଇଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ଜଣଙ୍କ ହେଉଛନ୍ତି ପାକିସ୍ତାନ ହଫିଜାବାଦର। ନିକଟରେ ସେ ଇରାନରୁ ଫେରିଥିଲେ। କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପାକିସ୍ତାନରେ ପ୍ରଥମ କରୋନା ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Share