ପାକିସ୍ତାନରେ ଟମାଟୋ ୪୦୦

କରାଚୀ,୨୧।୧୧(ଆଇଏଏନ୍‌ଏସ୍‌): ପାକିସ୍ତାନରେ ପରିବା ଦର ଆକାଶଛୁଆଁ ହୋଇଛି। ଟମାଟୋ କିଲୋ ୪୦୦ ଟଙ୍କାରେ ବିକ୍ରି ହେଉଛି। ସୋମବାର ଟମାଟୋ କେ.ଜି. ପିଛା ୩୦୦ରୁ ୩୨୦ ଟଙ୍କା ଥିବାବେଳେ ମଙ୍ଗଳବାର ସୁଦ୍ଧା ଇରାନରୁ ଟମାଟୋ ନ ପହଞ୍ଚତ୍ବା ପରେ ଏହା ୪୦୦ ଛୁଇଁଛି। ଇରାନରୁ ୪,୫୦୦ କିଲୋ ଟମାଟୋ ଆସିବାକୁ ଥିବାବେଳେ ତଫତାନ ସୀମା ଦେଇ ମାତ୍ର ୯୮୯ କିଲୋ ପହଞ୍ଚତ୍ଥିବା ଜଣେ ବ୍ୟବସାୟୀ କହିଛନ୍ତି। ପୂର୍ବରୁ ମୁକ୍ତ ଆମଦାନୀ ଯୋଗୁ ଟମାଟୋ ମୂଲ୍ୟ ସ୍ଥିର ଥିଲା।

Share