ପାକିସ୍ତାନରେ ଖାଦ୍ୟ ସଙ୍କଟ: ମିଳୁନି ଚିକେନ୍‌

ଇସ୍‌ଲାମାବାଦ,୩।୧୦: ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶାସନ ଭାର ନେବା ପରଠାରୁ ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଯାହା ଇମ୍ରାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ନିକଟରେ ପାକିସ୍ତାନ ବ୍ୟୁରୋ ଅଫ୍‌ ଷ୍ଟାଟିକ୍ସଟିକ୍ସର ଏକ ରିପୋର୍ଟ ଅନୁଯାୟୀ ପୂର୍ବାପେକ୍ଷା ଏବେ ପାକିସ୍ତାନର ଆର୍ଥିକ ସ୍ଥିତି ୧୧ ପ୍ରତିଶତ ଅଧିକ ଖରାପ ହୋଇଛି। ଫଳରେ ଚିକେନ୍‌ ଦର ୪୦ ପ୍ରତିଶତ ବୃଦ୍ଧି ପାଇଛି। ତେବେ ଦିନକୁ ଦିନ ଏଠାରେ ଆର୍ଥିକ ପରିସ୍ଥିତି ଖରାପ ହେଉଥିବା ବେଳେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Share