ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୨୨: ଅଧିକାଂଶ ଯୁବତୀ ଯୁବକ

ଇସ୍‌ଲାମାବାଦ,୨୬।୩: କରୋନା ଭାଇରସ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ । ଏବେ ସୁଦ୍ଧା କରୋନା ଭାଇରସରେ ପ୍ରାୟ ୧୯୫ ଦେଶକୁ ବ୍ୟାପିଥିବା ଖବର ମିଳିଥିବା ବେଳେ ଚାଇନା ପରେ ଇଟାଲିରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ପାକିସ୍ତାନ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଏବେ କରୋନା ସଂକ୍ରମଣରେ ଭାରତଠାରୁ ଆଗରେ ରହିଛି ପାକିସ୍ତାନ। ପାକିସ୍ତାନରେ ଗୁରୁବାର ସକାଳ ସୁଦ୍ଧା ୧,୦୨୨ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ଅଧିକାଂଶ ୨୧ରୁ ୩୦ ବର୍ଷର ଯୁବତୀ ଯୁବକ ଥିବା ସୂଚନା ମିଳିଛି। ଡାକ୍ତର ଜାଫର ମିର୍ଜା ପାକିସ୍ତାନର ଜିଓ ଟେଲିଭିଜନକୁ ଦେଇଥିବା ସୂଚନାରୁ ଏହା ଜଣାପଡିଛି।

Share