ପାକିସ୍ତାନରେ ଏକ ମାସରେ ୭ ଶହ ଶିଶୁ ଓ ନାବାଳକ ଏଚ୍‌ଆଇଭି ସଂକ୍ରମିତ

ଲାହୋର, ୨୯।୫: ଏଡସ୍‌ ମହାମାରୀର ଦ୍ୱାରରେ ଛିଡ଼ା ହୋଇଛି ପାକିସ୍ତାନ। ଏଠାରେ ଏକମାସରେ ୭ଶହ ଶିଶୁ ଏବଂ ନାବାଳକ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ବୟସ ୨ ବର୍ଷରୁ ଆରମ୍ଭ କରି ୧୫ ବର୍ଷ ମଧ୍ୟରେ ବୋଲି କୁହାଯାଉଛି। ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ୍‌ ତଥା ମାତା ପିତାଙ୍କଠାରୁ ଏହା ଆସିଥିବା ସ୍ବାସ୍ଥ୍ୟ ବିଭାଗ ଅନୁମାନ କରୁଛନ୍ତି। ଇତିମଧ୍ୟରେ ୫ ଶହ ୭୬ ଜଣ ଶିଶୁ ଏବଂ ନାବାଳକ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ସ୍ଥାନୀୟ ଏଡସ୍‌ ନିୟନ୍ତ୍ରଣ ସେଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ଶିଶୁ ଏବଂ ନାବାଳକଙ୍କର ରକ୍ତ ନମୂନାର ଯାଞ୍ଚ୍‌ ଜାରି ରହିଛି। ଖୁବ୍‌ ଶୀଘ୍ର ଏଚ୍‌ଆଇଭି ସଂକ୍ରମଣର କାରଣ ଜାଣିବା ପାଇଁ ଅନ୍ତର୍ଜାତୀୟ ଦଳ ପାକିସ୍ତାନ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି।

Share