Categories: ଖେଳ

ପାକିସ୍ତାନରେ ଆରମ୍ଭ ହେବ ପିଏସ୍‌ଏଲ-୫

କରାଚୀ,୧୯।୨(ଏଏଫ୍‌ପି)- ଦେଶର କ୍ରିକେଟ ପ୍ରେମୀମାନେ ପ୍ରଥମ ଥର ପାଇଁ ପାକିସ୍ତାନରେ ପିଏସ୍‌ଏଲ (ପାକିସ୍ତାନ ସୁପର ଲିଗ୍‌) ଉପଭୋଗ କରିବାକୁ ଯାଉଛନ୍ତି। ଦୀର୍ଘ ଏକ ମାସ ଧରି ଚାଲିବାକୁ ଥିବା ଟି୨୦ ଇଭେଣ୍ଟର ୫ମ ସଂସ୍କରଣରେ ଡେଲ ଷ୍ଟେଇନ(ଦକ୍ଷିଣ ଆଫ୍ରିକା), ଶେନ ଓ୍ବାଟସନ, କ୍ରିସ ଲିନ(ଅଷ୍ଟ୍ରେଲିଆ), କlର୍ଲୋସ ବ୍ରାଥଓ୍ବେଟ(ଓ୍ବେଷ୍ଟଇଣ୍ଡିଜ), ଆଲେକ୍ସ ହେଲ୍ସ, ଜାସନ ରୟ(ଇଂଲଣ୍ଡ)ଙ୍କ ଭଳି ୩୬ ଅନ୍ତର୍ଜାତୀୟ ଷ୍ଟାର ଅଂଶଗ୍ରହଣ କରିଛନ୍ତି। ଲିଗ୍‌ର ସମସ୍ତ ମ୍ୟାଚ୍‌ ୪ ଭେନ୍ୟୁ ଯଥା କରାଚୀ, ରାଓ୍ବଲପିଣ୍ଡି, ମୁଲତାନ ଓ ଲାହୋରଠାରେ ଖେଳାଯିବ। ପୂର୍ବରୁ ପିଏସ୍‌ଏଲର ପ୍ରାୟ ମ୍ୟାଚ୍‌ ୟୁଏଇଠାରେ ଖେଳାଯାଉଥିଲା। ସୁରକ୍ଷାଗତ ଚିନ୍ତା କାରଣରୁ ବିଦେଶୀ ଖେଳାଳି ପାକିସ୍ତାନରେ ଖେଳିବାକୁ ରାଜି ହେଉ ନ ଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସଭାପତି ଈଶାନ ମାନି କହିଛନ୍ତି, ବହୁ ବିଦେଶୀ ଖେଳାଳି ପାକିସ୍ତାନ ଗସ୍ତ କରୁଛନ୍ତି। ଏହା ଦର୍ଶାଉଛି ପାକିସ୍ତାନରେ ଖେଳିବା ଲାଗି ସେମାନଙ୍କ ଭରସା ଆସିଯାଇଛି।

Share