Categories: ଖେଳ

ପାକିସ୍ତାନକୁ ୮ ଉଇକେଟରେ ପରାସ୍ତ କଲା ଭାରତ, ମ୍ୟାଚ୍‌ର ହିରୋ ଜମ୍ମୁ-କଶ୍ମୀର ଖେଳାଳି

ଲଣ୍ଡନ, ୧୪।୮: ଇଂଲଣ୍ଡରେ ଚାଲିଥିବା ଦିବ୍ୟାଙ୍ଗ ଟି-୨୦ ବିଶ୍ୱ କ୍ରିକେଟ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତ ଏକ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚର ହିରୋ ଥିଲେ ଜମ୍ମୁ-କଶ୍ମୀରର ଓ୍ବାସିମ୍‌ ଇକଓ୍ବାଲ। ସେ ୪୩ଟି ବଲରୁ ୬୯ରନ୍‌ କରି ଭାରତ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପାକିସ୍ତାନ ପ୍ରଥମେ ଟସ୍‌ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୫୦ ରନ୍‌ କରିଥିଲା। ଏହାର ଜବାବରେ ଭାରତ ମାତ୍ର ୨ ଉଇକେଟ୍‌ ହରାଇ ୧୭.୧ ଓଭରରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଭାରତ ଏବଂ ପାକିସ୍ତାନ ସମ୍ପର୍କରେ ଆହୁରି ଫାଟ ସୃଷ୍ଟି ହୋଇଛି। ପାକିସ୍ତାନ ଭାରତଠାରୁ ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏହି ସମୟରେ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ରହୁଥିବା ଓ୍ବାସିମ ଭାରତ ବିଜୟରେ ମହତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ମୋ ଜୀବନର  ଖାସ୍‌ ଦିନଗୁଡିକ ମଧ୍ୟରେ ଏହା ଅନ୍ୟତମ। ଜମ୍ମୁ-କଶ୍ମୀରରେ ମୋବାଇଲ୍‌ ସେବା ବନ୍ଦ ଯୋଗୁ ପରିବାର ଲୋକଙ୍କ ସହ ୧୦ଦିନ ହେଲା କଥା ହୋଇପାରି ନ ଥିବା ସେ କହିଛନ୍ତି।

Share