ପାକିସ୍ତାନକୁ ମହଙ୍ଗା ପଡିଲା ଭାରତ ବିରୋଧୀ ଟୁଇଟ୍‌: ବନ୍ଦ ହେଲା ୨ଶହ ଆକାଉଣ୍ଟ

କରାଚି,୨୦।୮: ପାକିସ୍ତାନ ଲାଗାତର ଭାବେ ଭାରତ ବିରୋଧୀ ଟୁଇଟ୍‌ କରୁଥିବାରୁ ଏହାକୁ ନେଇ ଭାରତୀୟ ପ୍ରଶାସନ ଅଭିଯୋଗ ଆଣିଥିଲା। ଫଳରେ ମାଇାକ୍ରୋବ୍ଲଗିଙ୍ଗ ସାଇଟ୍‌ ଟୁଇଟର ଏବେ ପାକିସ୍ତାନର ପ୍ରାୟ ୨ଶହ ଟୁଇଟର ଆକାଉଣ୍ଟ ବନ୍ଦ କରିଦେଇଥିବା ଜଣାପଡିଛି। ତେବେ କଶ୍ମୀର ସମସ୍ୟାକୁ ନେଇ ଏସବୁ ଟୁଇଟ୍‌ ଥିବା ଜଣାପଡିଛି। ଗତ ଏକ ସପ୍ତାହ ହେବ ପାକିସ୍ତାନର କେତେଜଣ ୟୁଜର ଟୁଇଟରରେ ରିପୋର୍ଟ କରିଛନ୍ତି କି କାଶ୍ମୀର ସମସ୍ୟାକୁ ନେଇ ଟୁଇଟ୍‌ କରିବା ପରେ ସେମାନଙ୍କ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି। ଏହି ଅଭିଯୋଗ ଖବରଦାତା, ରାଜନୈତିକ କର୍ମୀ, ସରକାରୀ ଅଧିକାରୀ ଓ ସେନା ପ୍ରସଂଶକମାନେ କରିଛନ୍ତି। ଏହାପରେ ଷ୍ଟପ ସସପେଣ୍ଡିଙ୍ଗ ପାକିସ୍ତାନିଜ୍‌ ବୋଲି ଟୁଇଟରରେ ଟ୍ରେଣ୍ଡ ହେବାକୁ ଲାଗିଲା। ରବିବାର ଇଣ୍ଟର ସର୍ଭିସେସ୍‌ ପବ୍ଲିକ୍‌ ରେଲେଶନ୍ସ (ଆଇଏସ୍‌ପିଆର୍‌)ର ମେଜର ଜେନରାଲ ଆଶିଫ ଗଫୁର କହିଲେ ସରକାର ଟୁଇଟର ଓ ଫେସବୁକ୍‌ ସହ ଜଡିତ ପୋଷ୍ଟକୁ ନେଇ ବନ୍ଦ କରାଯାଇଥିବା ଆକାଉଣ୍ଟ କଥା ଉଠାଇଛନ୍ତି। ଟୁଇଟରରେ କରାଯାଇଥିବା ଏହି ଅଭିଯୋଗକୁ ନେଇ ସୂଚନା ଦେବା ସହ ଡିଜିଟାଲ ମିଡିଆ ସହ ସମ୍ପୃକ୍ତ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସହାୟକ ଅର୍ସଲାନ ଖାଲିଦ ଡନ୍‌ ନ୍ୟୁଜକୁ ସୂଚନା ଦେଇ କହିଛନ୍ତି, ପାକିସ୍ତାନ ଟେଲିକମ୍ୟୁନିକେଶନ ଅଥରିଟି(ପିଟିଏ)ସୋମବାର ଟୁଇଟରର ଆଞ୍ଚଳିକ କାର୍ଯ୍ୟାଳୟରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଓ ୩୫(ଏ)ଉଚ୍ଛେଦ କରାଯିବା ପରେ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇ ବିଭିନ୍ନ ଦେଶର ସାହାଯ୍ୟ ମାଗିବା ସହ ସୋସିଆଲ ମିଡିଆରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚାଲିଛି।

Share