Categories: ଖେଳ

ପାକିସ୍ତାନକୁ ବିଜୟର ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ସାନିଆ: ଲୋକେ କହିଲେ ୧୬କୁ କାହାକୁ କରିବ ସମର୍ଥନ

ନୂଆଦିଲ୍ଲୀ,୪।୬: ନିଜର ପ୍ରଥମ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ହାରିବା ପରେ ପାକିସ୍ତାନ ନିଜର ଭୁଲ୍‌ ସୁଧାରିଛି। ସୋମବାର ଆଇସିସି ଓ୍ବାର୍ଲଡ କପ୍‌-୨୦୧୯ର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଦମ୍‌ଦାର ପ୍ରଦର୍ଶନ କରିଛି। ଫେଭରାଇଟ୍‌ ଦଳ ରୂପେ ଗଣାଯାଉଥିବା ଇଂଲଣ୍ଡକୁ ୧୪ ରନ୍‌ରେ ହରାଇଛି ପାକିସ୍ତାନ। ଏହାପରେ ଭାରତର ଷ୍ଟାର ଟେନିସ୍‌ ଖେଳାଳି ଓ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କ ପତ୍ନୀ ସାନିଆ ମିର୍ଜା ପାକିସ୍ତାନ କ୍ରିକେଟ ଟିମ୍‌କୁ ବିଜୟ ପାଇଁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ସାନିଆଙ୍କ ଏହି ଟୁଇଟ ପରେ ମିଶ୍ରଣ ପ୍ରତିକ୍ରିୟା ମିଳିଥିବା ଦେଖିବାକୁ ମଳିଛି। ପାକିସ୍ତାନର ପ୍ରଶଂସକ ଭାଉଜ ଧନ୍ୟବାଦ ବୋଲି କହିଥିବା ବେଳେ ଭାରତୀୟ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରିଛନ୍ତି। ଜୁନ ୧୬କୁ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବା ମ୍ୟାଚରେ ସେ କାହାକୁ ସମର୍ଥନ କରିବେ ବୋଲି ପ୍ରଶଂସକ ପ୍ରଶ୍ନ କହିଛନ୍ତି।

Share