Categories: ଖେଳ

ପାକିସ୍ତାନକୁ ବଡ ଝଟକା: ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ପାକିସ୍ତାନ ଯିବାକୁ ମନା କଲେ

କଲମ୍ବୋ,୧୦।୯: ଶ୍ରୀଲଙ୍କା କ୍ରିକେଟ ଦଳର ପାକିସ୍ତାନ ଗସ୍ତ ଫିକା ପଡିଯାଇଛି। ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଯିବାକୁ ମନା କରି ଦେଇଛନ୍ତି। ଶ୍ରୀଲଙ୍କାର ଏହି ଗସ୍ତ ବାତିଲ୍‌ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟାବର୍ତ୍ତନକୁ ପୁଣି ବଡ ଝଟକା ଲାଗିଛି। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପାକିସ୍ତାନ ଗସ୍ତ କରି ସେଠାରେ ସିରିଜ ଖେଳିବା ପାଇଁ ସ୍ଥିର କରିଥିଲା। କିନ୍ତୁ ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ସେଠାକୁ ଯିବାକୁ ମନା କରି ଦେଇଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରେ ଟି-୨୦ ଅଧିନାୟକ ଲସିଥ ମାଲିଙ୍ଗା ଏବଂ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କ ଭଳି ବରିଷ୍ଟ ଖେଳାଳି ପାକିସ୍ତାନ ଯିବେ ନାହିଁ ବୋଲି ବୋର୍ଡକୁ ଜଣାଇଦେଇଛନ୍ତି॥ ସୂଚନାଯୋଗ୍ୟ, ୨୦୦୯ରେ ପାକିସ୍ତାନ ଗସ୍ତରେ ଥିବା ଶ୍ରୀଲଙ୍କା କ୍ରିକେଟ ଦଳର ବସ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ। ସୌଭାଗ୍ୟବଶତଃ ଖେଳାଳିମାନେ ଏଥିରୁ ବର୍ତ୍ତି ଯାଇଥିଲେ।

Share