Categories: ଜାତୀୟ

ପାକିସ୍ତାନକୁ ପିଓକେ ବଦଳରେ ଟମାଟୋ ଦେବାକୁ ଅଫର୍‌ ଦେଲେ କୃଷକ

ନୂଆଦିଲ୍ଲୀ,୨୪।୧୧: ପାକିସ୍ତାନରେ ଏବେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ଏବେ ସେଠାରେ ଟମାଟୋ କିଲୋ ପିଛା ଦର ୪ଶହ ଟଙ୍କାରେ ପହଞ୍ଚିଛି। ଏତିକି ବେଳେ ଭାରତର କୃଷକ ପାକିସ୍ତାନକୁ ଟମାଟୋ ଦେବାପାଇଁ କିଛି ଅଫର୍‌ ଦେଇଛନ୍ତି। ଏମାନେ କହିଛନ୍ତି ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଦିଅ ଟମାଟୋ ନିଅ। ଏମିତି କିଛି ମେସଜ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଧ୍ୟପ୍ରଦେଶ ଝାବୁଆର କୃଷକମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଏହି ଅଫର୍‌ ଦେଇଥିବା କୁହାଯାଉଛି। କେବଳ ସେତିକି ନୁହେଁ ଏହାସହ ମୁମ୍ବାଇରେ ୨୦୦୮ରେ ହୋଇଥିବା ବିସ୍ଫୋରଣ ପାଇଁ ମଧ୍ୟ ପାକିସ୍ତାନ କ୍ଷମା ମାଗୁ ବୋଲି ଏହି କୃଷକମାନେ କହିଛନ୍ତି।

Share