Categories: ଜାତୀୟ

ପାକିସ୍ତାନକୁ ଆକାଶ ପଥ ମାଗିଲା ଭାରତ

ନୂଆଦିଲ୍ଲୀ,୧୮।୯: ଭାରତ ପାଇଁ ପାକିସ୍ତାନ ତା’ର ଆକାଶ ପଥ ବନ୍ଦ କରି ଦେଇଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ଭାରତ ପାକିସ୍ତାନକୁ ତା’ର ଆକାଶ ପଥ ମାଗିଥିବା ଜଣାପଡିଛି। ତେବେ ମୋଦିଙ୍କ ନ୍ୟୁୟର୍କ ଗସ୍ତ ପାଇଁ ଭାରତ ଔପଚାରିକାତା ଦୃଷ୍ଟିରୁ ଆକାଶ ପଥ ମାଗିଥିବା ସୂଚନା ମିଳିଛି। ଏହା ଉପରେ ପାକିସ୍ତାନ ଚିନ୍ତା କରୁଥିବା କହିଛି ପାକିସ୍ତାନ ମିଡିଆ। ଯଦି ପାକିସ୍ତାନ ଏଥିରେ ରାଜି ନ ହୁଏ ତେବେ International Civil Aviation Organisation charter ର ନିୟମ ଅନୁଯାୟୀ ପାକିସ୍ତାନକୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିପାରେ। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ସମୟରେ ପାକିସ୍ତାନ ତା’ର ଆକାଶ ପଥକୁ ବ୍ୟବହାର କରିବାକୁ ଦେବ ନାହିଁ ବୋଲି କହିଥିଲା।

Share