ପାଏନ୍‌ ଲାଗି ଦହଗଁଜ୍‌ ୩୪ ପଁଚେତ୍‌ର ୧ ଲାଖ୍‌ ଲୋକ୍‌

ଭବାନୀପାଟଣା, ୪।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ମଦନପୁର ରାମପୁର, ଲାଞ୍ଜିଗଡ଼ ଆର ଥୁଆମୂଳ ରାମପୁର ବ୍ଲକର ଅତଡ଼ିଆ ଅଂଚଲମାନକେ ଥିବାର ଗଁାଗଁଡ଼ାର ଲୋକ୍‌ ଏଭ୍‌ଠାନୁ ପିଇଲା ପାଏନ୍‌ ଲାଗି ଦହଗଁଜ୍‌ ହେଲେନ। ଆଗ୍‌କେ ଖରାଦିନ ମାଡ଼ି ଆସୁଛେ। ପରଶାସନ ଏଭ୍‌ଠାନୁ ସମସିଆର ସମାଧାନ ଲାଗି ପଦକ୍ଷେପ ନେବାକେ ଅଂଚଲବାସୀ ଦାବି ହେଉଛେ।
ସୂଚନା ଅନ୍‌ସାରେ କଳାହାଣ୍ଡି ଜିଲାର ମଦନପୁର ରାମପୁର, ଲାଞ୍ଜିଗଡ଼ ଆର ଥୁଆମୂଳ ରାମପୁର ବ୍ଲକର ପାଖାପାଖି ୩୪ ପଁଚେତ୍‌ର ୧ ଲାଖ୍‌ରୁ ଅଧ୍‌କା ଲୋକ୍‌ ପିଇଲା ପାଏନ୍‌ ସମସିଆ ସଂଗେ ଯୁଝୁଛନ୍‌। ମଦନପୁର ରାମପୁର ବ୍ଲକର ଡୁଡୁକାଠେଙ୍ଗା, ବାରବନ୍ଧା, ଉର୍ଲାଦାନୀ, ଲୁବେନଗଡ, ଦେଢ଼ଶୁଳି, ମୋହନଗିରି, ଶିଙ୍ଗପୁର, ଡମ କର୍ଲାଖୁଣ୍ଟା, ଗୋଚ୍ଛାଡେଙ୍ଗେନ ଆର ମାଣିକେରା ପଁଚେତ୍‌ର ଅତଡ଼ିଆ ଅଂଚଲରେ ଥିବାର ଗଁାମାନକେ ଦିନୁଦିନ୍‌କେ ପିଇଲା ପାଏନ୍‌ ସମସିଆ ବଢ଼ତେଲ ଯାଉଛେ। ସେନ୍‌ତା ଲାଞ୍ଜିଗଡ଼ ବ୍ଲକର ୨୬ଟା ପଁଚେତ୍‌ରୁ କମର୍ଦ୍ଧା, ଭୁର୍ଟ୍ଟିଗଡ଼, କଦମଗୁଡ଼ା, ଗୁଣ୍ଡୁରି ବାତେଲିମା, ମାଲିଜୁବାଙ୍ଗ, ବନ୍ଧପାରି, ଲାଖବାହାଲି, ଲାଞ୍ଜି, ବେନଗଁା, ଗୁମଖାଲ ଆର ବିଜେପୁର ଲେଖେଁ ପଁଚେତ୍‌ମାନର ଲୋକ୍‌ ଏଭ୍‌ଠାନୁ ପାଏନ୍‌ ଲାଗି ଗୁଲ୍‌ଗୁଲା ହେଉଛନ୍‌। ଥୁଆମୂଳ ରାମପୁର ବ୍ଲକର ୧୬ଟା ପଁଚେତ୍‌ରୁ ବଡଛତ୍ରଙ୍ଗ, କର୍ଲାପାଟ, ବାଗଡ଼ିଆଣି, ଥୁଆମୂଳ, ବିରିକୋଟ, କେରପାଇ, ଡୁମେରପଦର, କିଆପଦର, ମହୁଲପାଟଣା, ମାଲିଗଁା, ନାକରୁଣ୍ଡି, କାଣୀଗୁମା ଆର ଅଡ୍ରି ପଁଚେତ୍‌ର ବହୁତ୍‌ ଗଁାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ ଦେଖାଦେଇଛେ। ଇ ଅଂଚଲମାନକେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫୁ ଗଭୀର ନଲ୍‌ଚୁଅଁା, ସାନିଟାରୀ ବୋରଓ୍ବେଲର ବେବସ୍‌ତା କରାଯାଇଛେ। ହେଲେ ଖରାଦିନ ଆଗ୍‌ରୁ ଭୁତଲ ଜଲ ତଲକେ ପଲେଇ ଯାଉଛେ। ଏନ୍‌ତାଥି ଲୋକ୍‌ମାନେ ପିଇଲା ପାଏନ୍‌ ସମସିଆରେ ଯୁଝୁଛନ୍‌। ଇଆଡ଼େ ଗଁାମାନକେ ଥିବାର ନଲ୍‌ଚୁଅଁାମାନକର ଦେଖ୍‌ଭାଲ ଠିକ୍‌ ସମିଆରେ ନାଇଁ ହେବାର ଲାଗି ଅନେକ ନଲ୍‌ଚୁଅଁା ଅଚଲ ହେଇ ପଡ଼ିଛେ। ଏନ୍‌ତାଥି ଅଂଚଲବାସୀ ବଛରକୁତା ଝରନା ପାଏନ୍‌କେ ପିଇଲା ପାଏନ୍‌ ହିସାବେ ବେଭାର କରୁଥିଲାବେଲେ ଖରାଦିନେ ପାଏନ୍‌ ଶୁଖିଗଲେ ବାଲିଚୁଅଁା କୁଡ଼ି ସେ ପାଏନ୍‌କେ ଖାଏବା ପିଇବାରେ ବେଭାର କରୁଛନ୍‌। ବଛର ବଛର ହେଲା ପିଇଲା ପାଏନ୍‌ ସମସିଆ ଲାଗି ରହିଥିଲେ ବି ଜିଲା ଆର ବ୍ଲକ ପରଶାସନ ଅନ୍‌ଦେଖା କରୁଥିବାର ଅଂଚଲବାସୀ ଅଭିଯୋଗ କରିଛନ୍‌। ସେନ୍‌ତା ଖରାଦିନେ ଅଂଚଲବାସୀ ପିଇଲା ପାଏନ୍‌ ଲାଗି ବହୁତ୍‌ ଦହଗଁଜ୍‌ ହେଉଥିବାର କହିଛନ୍‌। ରାଏଜ୍‌ ସରକାର ଇ ଦିଗେ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଂଚଲବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri