Categories: ଅନୁଗୋଳ

ପହଣ୍ଡିରେ ରଥାରୂଢ଼ ଶ୍ରୀଜୀଉ, ରଥ ଟାଣିବାକୁ ଭକ୍ତଙ୍କ ଅପେକ୍ଷା

ଅନୁଗୋଳ ଅଫିସ,୪ା୭: ଅନୁଗୋଳ ଶୈଳଶ୍ରୀକ୍ଷେତ୍ରଠାରେ ଗୋଟି ପହଣ୍ଡିରେ ଶ୍ରୀଜୀଉମାନଙ୍କୁ ରଥାରୂଢ଼ କରାଯାଇଛି। ମନ୍ଦିର ପରିଚାଳନା କମିଟି ସଭାପତି ତଥା ଜିଲାପାଳ ମନୋଜ କୁମାର ମହାନ୍ତି, ଉପସଭାପତି ତଥା ଏସପି ମିତ୍ରଭାନୁ ମହାପାତ୍ର ଛେରା ପହଁରା କରିଛନ୍ତି। ଏହି ଅବସରରେ ଶୈଳଶ୍ରୀ କ୍ଷେତ୍ର ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ପରେ ତିନି ରଥରେ ଚାରମାଳ ଲାଗି କରାଯାଇଛି। ଶୈଳଶ୍ରୀକ୍ଷେତ୍ରରେ ଶହ ଶହ ଶ୍ରଦ୍ଧାଳୁ ରଥ ଟାଣିବାକୁ ଅପେକ୍ଷା କରିଛନ୍ତି।