Categories: ଖେଳ

ପହଞ୍ଚିଲେ ଟିମ୍‌ ଇଣ୍ଡିଆ, ଓ୍ବେଷ୍ଟଇଣ୍ଡିଜ ଖେଳାଳି

ଭୁବେନଶ୍ୱର,୧୯।୧୨- ଘରୋଇ ଭାରତୀୟ ଦଳ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ୍‌ ଆସନ୍ତା ୨୨ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏଥିନେଇ ଉଭୟ ଦଳର ଖେଳାଳିମାନେ ଗୁରୁବାର ଅପରାହ୍ନ ୧୨.୫୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେମାନଙ୍କୁ ମେ ଫେୟାର ହୋଟେଲକୁ କଡ଼ା ସୁରକ୍ଷା ବଳୟ ଭିତରେ ନିଆଯାଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ଉଭୟ ଦଳକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି।

Share