Categories: ଜାତୀୟ

ପଶ୍ଚିମବଙ୍ଗ ହିଂସା: ସ୍ଥିତି ପରଖିବାକୁ ପହଞ୍ଚିଲେ ଭାଜପାର ୩ ଜଣିଆ ଟିମ୍‌

କୋଲକାତା,୨୨।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ଏବେ ଏଠାକାର ସ୍ଥିତି ପରଖିବା ଲାଗି ଶନିବାର ଭାଜପାର ଏକ ୩ ଜଣିଆ ପ୍ରତିନିଧି ମଣ୍ଡଳ ଉତ୍ତର ୨୪ ପ୍ରଗଣା ଜିଲାର ଭାତପରାଠାରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଏସ୍‌.ଏସ୍‌. ଆଲୁଓ୍ବାଲିଆ, ସତ୍ୟ ପାଲ ସିଂ ଓ ଭିଡି ରାମ। ଆଲୁଓ୍ବାଲିଆ କହିଛନ୍ତି ପଶ୍ଚିମବଙ୍ଗରେ ଉପୁଜିଥିବା ରାଜନୈତୀକ ହିଂସା ପରିସ୍ଥିତିକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଖୁବ୍‌ ଦୁଃଖ ପ୍ରକାଶ କରିଛନ୍ତି। ଏମିତି ଘଟଣା କେବଳ ପଶ୍ଚିମବଙ୍ଗରେ ହେଉଛି ବୋଲି ସେ କହିଛନ୍ତି। ଏହି ଗସ୍ତ ପରେ ଉକ୍ତ ୩ ଜଣିଆ ଟିମ୍‌ ଏକ ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ଜଣାପଡିଛି।

Share