Categories: ଜାତୀୟ

ପଶ୍ଚିମବଙ୍ଗ ସରକାରଙ୍କ ରେଲଓ୍ବେକୁ ପତ୍ର: ୨୬ ମେ’ ପର୍ଯ୍ୟନ୍ତ ରାଜ୍ୟକୁ ନ ପଠାଯାଉ କୌଣସି ଟ୍ରେନ୍‌

କୋଲକାତା,୨୩।୫: ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଶନିବାର ରେଲଓ୍ବେ ବୋର୍ଡର ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଏବେ ଜିଲା ପ୍ରଶାସନ ବାତ୍ୟା ଅମ୍ଫନ ପରବର୍ତ୍ତି ରିଲିଫ ଓ ଥଇଥାନ କାର୍ଯ୍ୟରେ ବ୍ୟସ୍ତ ରହିଛି। ସେଥିପାଇଁ କିଛିଦିନ ଲାଗି ସେ ସ୍ପେଶାଲ ଟ୍ରେନ୍‌କୁ ରିସିଭ କରିବାରେ ସକ୍ଷମ ହେବ ନାହିଁ। ତେଣୁ ମେ’ ୨୬ ପର୍ଯ୍ୟନ୍ତ ପଶ୍ଚିମବଙ୍ଗକୁ କୌଣସି ଟ୍ରେନ୍‌ ନ ପଠାଇବାକୁ ଚିଠିରେ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ, ମେ’ ୨୧ରେ ଆସିଥିବା ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗରେ ବିଳୁଳ କ୍ଷତି ଘଟାଇଛି। ଏଥିରେ ୮୦ ଜଣଙ୍କ ମୃତ୍ୟୁ ହେବା ସହ ବହୁ ଧନସମ୍ପତ୍ତି ନଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆକାଶ ମାର୍ଗରୁ ଏହାର ନିରୀକ୍ଷଣ କରି ୧ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

Share