Categories: ଜାତୀୟ

ପଶ୍ଚିମବଙ୍ଗରେ ଲାଗୁ ହେବନାହିଁ ଏନ୍‌ଆର୍‌ସି: ମମତା

କୋଲକାତା,୨୩।୯: ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟଜେନ୍ସ(ଏନ୍‌ଆର୍‌ସି) ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନ୍‌ସିଆର୍‌ ଭୟରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ମମତା କହିଛନ୍ତି ଏହାକୁ ନେଇ କେହି ଭୟଭିତ ହେବା ଦରକାର ନାହିଁ କାରଣ ଏହା ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ। ସୂଚନାଯୋଗ୍ୟ, ନିକଟରେ ଏନ୍‌ଆର୍‌ସି ଆସାମରେ ଲାଗୁ ହେବା ପରେ ଏଥିରୁ ପାଖାପାଖି ୧୯ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଥିଲା। ଏବେ ସେମାନେ ବିଦେଶୀ ବୋଲି ଘୋଷଣା ନ ହୋଇଥିଲେ ମଧ୍ୟ ଏମାନଙ୍କର ସ୍ଥାୟୀ ଠିକଣା ନ ଥିବାରୁ ୧୯ ଲକ୍ଷ ଲୋକ ଚିନ୍ତାରେ ପଡିଯାଇଛନ୍ତି।

Share