Categories: ଜାତୀୟ

ପଶ୍ଚିମବଙ୍ଗରେ ଲାଗୁହେବ ଏନ୍‌ଆର୍‌ସି

କୋଲକାତା, ୨ା୧୦(ପି.ଟି.): ପଶ୍ଚିମବଙ୍ଗରେ ଏନ୍‌ଆର୍‌ସି( ଜାତୀୟ ନାଗରିକ ପଞ୍ଜିକା) ଲାଗୁ କରାଯିବ। ଏହା ପୂର୍ବରୁ ନାଗରିକତ୍ୱ ସଂଶୋଧନ ବିଲ୍‌ ପାସ୍‌ କରାଯାଇ ସମସ୍ତ ହିନ୍ଦୁ, ଶିଖ୍‌, ଜୈନ୍‌ ଓ ବାୈଦ୍ଧ ଧର୍ମାବଲମ୍ବୀଙ୍କୁ ଏନ୍‌ଆର୍‌ସିରେ ସାମିଲ କରାଯିବ ବୋଲି ମଙ୍ଗଳବାର ଏକ ସେମିନାର୍‌ରେ ଯୋଗଦେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି।
ଏନ୍‌ଆର୍‌ସି ଲାଗୁ କରାଯିବା ପରେ ପଶ୍ଚିମବଙ୍ଗରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ସରକାର ଲୋକଙ୍କୁ ବିଭ୍ରାନ୍ତ କରାଉଛି। ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କିନ୍ତୁ କୌଣସି ହିନ୍ଦୁ, ଶିଖ୍‌, ଜୈନ୍‌ ଓ ବାୈଦ୍ଧ ଧର୍ମର ଶରଣାର୍ଥୀଙ୍କୁ ଏନ୍‌ଆର୍‌ସିରୁ ବାଦ୍‌ ଦିଆଯିବ ନାହିଁ ବୋଲି ଶାହ ଆଶ୍ୱାସନା ଦେଇ କହିଛନ୍ତି। ସେମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବା ଲାଗି ବ୍ୟବସ୍ଥା କରାଯିବ। ଭାରତୀୟ ନାଗରିକଙ୍କ ଭଳି ସେମାନେ ସମସ୍ତ ଅଧିକାର ପାଇବେ। ଦେଶର ସୁରକ୍ଷା ଲାଗି ସମସ୍ତ ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ ବୋଲି ଶାହ କହିଛନ୍ତି।

Share