ପଶ୍ଚିମବଙ୍ଗରେ ଲକ୍‌ଡାଉନ ଉଲ୍ଲଂଘନ

ନୂଆଦିଲ୍ଲୀ,୧୨।୪(ପି.ଟି.): ପଶ୍ଚିମବଙ୍ଗରେ ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତିବାଦ ଜଣାଇଛି। ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ଲାଗି ସେଠାରେ ଅନୁମତି ମିଳିଥିବାବେଳେ ଧର୍ମୀୟ ସମାବେଶକୁ ପୋଲିସ ଅନୁମତି ଦେଉଥିବା ଖବର ମିଳିଛି। ଏହାର ପ୍ରତିବାଦରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛି। ପନିପରିବା ଓ ମାଛ ମାଂସ ବଜାରରେ ସାମାଜିକ ଦୂରତ୍ୱର ଉଲ୍ଲଂଘନ ହେଉଥିବା ଏଥିରେ କୁହାଯାଇଛି। ଏହା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାର ଉଲ୍ଲଂଘନ। ଫଳରେ ନରକେଲ ଦାଙ୍ଗ ଭଳି ଅଞ୍ଚଳରେ କୋଭିଡ୍‌-୧୯ ମାମଲା ବୃଦ୍ଧି ପାଉଛି। ଲକ୍‌ଡାଉନ ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁରୋଧ କରିଛି।

Share