Posted inଜାତୀୟ

ପଶ୍ଚିମବଙ୍ଗରେ ତେଜିଲା ସିଏଏ ବିରୋଧୀ ଆନ୍ଦୋଳନ: ୫ ଟ୍ରେନ୍‌,୧୫ ବସ୍‌ ଜାଳିଦେଲେ;ଆସାମରେ ତେଲ ଟ୍ୟାଙ୍କର

ନୂଆଦିଲ୍ଲୀ/କୋଲକାତା,୧୫ା୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଉତ୍ତରପୂର୍ବାଞ୍ଚଳରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କ୍ରମେ ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟକୁ ବ୍ୟାପିଲାଣି। ପଶ୍ଚିବବଙ୍ଗ ମୁର୍ଶିଦାବାଦ ଜିଲାର ଲାଲ୍‌ଗୋଲା ଷ୍ଟେଶନରେ ଶନିବାର ବିକ୍ଷୋଭକାରୀ ୫ଟି ଖାଲି ଟ୍ରେନ୍‌ ପୋଡ଼ିବା ସହ ୧୫ ବସ୍‌କୁ ଜାଳି ଦେଇଛନ୍ତି। ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ରାସ୍ତାରୋକୋ କରିବା ସହ ରେଳ ଚଳାଚଳରେ ବାଧା ସୃଷ୍ଟି କରିଛନ୍ତି। ଶାନ୍ତ ରହିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହ୍ବାନ ଦେଇଛନ୍ତି। ଉତ୍ତରପୂର୍ବାଞ୍ଚଳରେ ଆନ୍ଦୋଳନ ହିଂସାତ୍ମକ ହେବା ସହ ପୋଲିସ ଗୁଳିରେ ଦୁଇଜଣ ପ୍ରାଣ ହରାଇଥିଲେ। ଗୁଆହାଟୀ ଓ ଶିଲଂରେ କର୍ଫ୍ୟୁ ଜାରି ହୋଇଥିଲାବେଳେ ଶନିବାର ଏହାକୁ କିଛି ସମୟ ପାଇଁ କୋହଳ କରାଯାଇଥିଲା।
ପଶ୍ଚିମବଙ୍ଗରେ ଦ୍ୱିତୀୟ ଦିନ ପାଇଁ ଆନ୍ଦୋଳନ ଜାରି ରହିଛି। ବିକ୍ଷୋଭକାରୀ କେତେକ ବସ୍‌ ଜାଳିଦେବା ସହ ରେଳଷ୍ଟେଶନରେ ନିଆଁ ଲଗାଇଦେଇଛନ୍ତି। ମୁର୍ଶିଦାବାଦ, ହାଓଡା ଗ୍ରାମାଞ୍ଚଳ ଓ ଉତ୍ତର ୨୪ ପ୍ରଗଣା ଜିଲାରେ ଆନ୍ଦୋଳନ ହିଂସାର ରୂପ ନେଇଛି। ହାଓଡାର କୋନା ଏକ୍ସପ୍ରେସ୍‌ଓ୍ବେକୁ ଆନ୍ଦୋଳନକାରୀ ଅବରୋଧ କରିବାରୁ ହଜାର ହଜାର ଗାଡ଼ି ରାସ୍ତାରେ ଅଟକି ରହିଛନ୍ତି। ସେହିପରି ଉତ୍ତର ଓ ଦକ୍ଷିଣ ବେଙ୍ଗଲକୁ ସଂଯୋଗ କରୁଥିବା ୩୪ ନମ୍ବର ଜାତୀୟ ରାଜପଥକୁ ମୁର୍ଶିଦାବାଦଠାରେ ଅବରୋଧ କରାଯାଇଛି। ଗ୍ରାମାଞ୍ଚଳ ହାଓଡାର ବାଗନାନ୍‌ ଅଞ୍ଚଳରେ ୨୦ଟି ଦୋକାନକୁ ବିକ୍ଷୋଭକାରୀ ଜାଳିଦେଇଛନ୍ତି। ସେମାନେ ସଂକ୍ରାଇଲ ଷ୍ଟେଶନ କମ୍ପ୍ଲେକ୍ସର ଏକ ଅଂଶକୁ ଭାଙ୍ଗିବା ସହ ନିଆଁ ଲଗାଇଦେଇଥିଲେ। ଏଥିସହିତ ସେମାନେ ରେଲଓ୍ବେ ପୋଲିସଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ରେଳଲାଇନରେ ବସି ରହିବାରୁ ୮ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ସମେତ ୨୦ଟି ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଅନ୍ୟ କେତେକ ଟ୍ରେନ୍‌ର ଚଳାଚଳ ବାତିଲ କରିଦିଆଯାଇଛି।
ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଭଙ୍ଗାରୁଜା ଜାରି ରହିଥିବାବେଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମମତା କହିଛନ୍ତି। ଶାନ୍ତି ବଜାୟ ରଖିବା ଓ ଗଣତାନ୍ତ୍ରିକ ଉପାୟରେ ବିରୋଧ ପ୍ରଦର୍ଶନ କରିବାକୁ ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ଆଇନକୁ ହାତକୁ ନ ନେବାକୁ ଏବଂ ରେଳ ଓ ରାସ୍ତାରୋକୋ କରି ଜନସାଧାରଣଙ୍କୁ ଅସୁବିଧାରେ ନ ପକାଇବାକୁ ସେ ଅନୁରୋଧ କରିଛନ୍ତି। ତେବେ ସଂଶୋଧିତ ନାଗରିକତ୍ୱ ଆଇନ ଏବଂ ଦେଶବ୍ୟାପୀ ଲାଗୁ ହେବାକୁ ଥିବା ଏନ୍‌ଆର୍‌ସି ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବନାହିଁ ବୋଲି ମମତା ପୁଣିଥରେ ଦୋହରାଇଛନ୍ତି।

ଆସାମରେ ତେଲ ଟ୍ୟାଙ୍କର ଜାଳିଲେ

ଆସାମରେ ନାଗରିକତ୍ୱ ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିଥିବାବେଳେ ସୋନିତପୁର ଜିଲାରେ ବିକ୍ଷୋଭକାରୀ ଏକ ତେଲ ଟ୍ୟାଙ୍କର ଜାଳିଦେବା ସହ ଏହାର ଡ୍ରାଇଭରଙ୍କୁ ହତ୍ୟା କରିଛନ୍ତି। ଖାଲି ଟ୍ୟାଙ୍କରଟି ତେଲ ଭର୍ତ୍ତି କରିବାକୁ ଉଦଲଗୁରି ଜିଲାର ସିପଝର ଯାଉଥିବାବେଳେ ସୋନିତପୁରର ଢେକିଆଜୁଲିଠାରେ ଉତ୍ତ୍ୟକ୍ତ ଲୋକେ ସେଥିରେ ନିଆଁ ଲଗାଇଦେଇଥିଲେ। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଏକ ଘରୋଇ ନର୍ସିଂହୋମ୍‌କୁ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଆସାମରେ ସଂଶୋଧିତ ନାଗରିକତ୍ୱ ଆଇନକୁ ବିରୋଧ କରି ଏଏଏସ୍‌ୟୁ, ଆସାମ ଜାତୀୟତାବାଦୀ ଯୁବଛାତ୍ର ପରିଷଦ (ଏଜଓ୍ବୋଇସିପି) ଏବଂ ୩୦ଟି ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଯୁବ, ଛାତ୍ର, ବୁଦ୍ଧିଜୀବୀ, ଶିକ୍ଷକ ସମସ୍ତେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ରେଳରୋକ ଯୋଗୁ ଗୁଆହାଟୀରୁ ବିଭିନ୍ନ ସ୍ଥାନକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri